ETV Bharat / state

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ମୁଖ୍ୟ ବିଚାରପତିଙ୍କ ବାପାମାଆଙ୍କ ଶ୍ରାଦ୍ଧୋତ୍ସବରେ ହେଲେ ସାମିଲ

author img

By

Published : Jul 8, 2023, 2:19 PM IST

ବଲାଙ୍ଗୀର ଗସ୍ତରେ ଆସିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର ଗସ୍ତରେ ଆସିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ମାଆ ଓ ବାପାଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ

ବଲାଙ୍ଗୀର ଗସ୍ତରେ ଆସିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ବଲାଙ୍ଗୀର ଗସ୍ତରେ ଆସିଥିଲେ । ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ବାପା ଓ ମାଆଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ବଲାଙ୍ଗୀର ସହର ତିକ୍ରାପଡାରେ ବାସ କରୁଥିବା ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମାଆ ଜ୍ୟୋର୍ତିମୟୀ ମିଶ୍ରଙ୍କ ଗତ ଜୁନ 17 ତାରିଖରେ ବିୟୋଗ ଘଟିଥିଲା । ମାଆଙ୍କର ଦଶାହରେ ତାଙ୍କ ବାପା ତଥା ଜଣାଶୁଣା ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ 26 ଜୁନରେ ଦେହାନ୍ତ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ସୋରେନ ଖବର ପାଇ ଦୁଃଖ ପ୍ରକାଶ କରିଥିଲେ ।

ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହି ଦିନ ସେ ଆସିପାରି ନଥିଲେ । ହେଲେ ଗତକାଲି ଜଷ୍ଟିସ ସଂଜୟ ମିଶ୍ରଙ୍କ ମାଆ ଓ ବାପାଙ୍କ ଶ୍ରାଦ୍ଧରେ ଯୋଗ ଦେଇ ଉଭୟଙ୍କ ପୂଜ୍ୟ ଆତ୍ମାର ସଦଗତି କାମନା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସେ ଝାରଖଣ୍ଡରୁ ପ୍ଲେନ ଯୋଗେ ବଲାଙ୍ଗୀରର ତୁସୁରା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ସେଠାରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ହୃଷିକେଶ ଖିଲାରୀ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରୋଟୋକଲ ଅନୁଯାଇ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା । ଏନେଇ ସହରରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ରୁ ଅଧିକ ଏଏସଆଇ, ୫ ଜଣ ଡ଼ିଏସପି, ଆଡିସିନାଲ ଏସପି ସୁରକ୍ଷା ଦାୟିତ୍ୱରେ ରହିଥିଲେ । ତେବେ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଝାରଖଣ୍ଡ ଫେରି ଯାଇଥିଲେ ମୁଖ୍ୟମନ୍ତ୍ରୀ ସୋରେନ ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ତାଙ୍କ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶଙ୍କ ମାଆ ଓ ବାପାଙ୍କ ଏଭଳି ଦେହାନ୍ତରେ ସେ ଦୁଃଖିତ । ସେ ଏଠାକୁ ଆସିବାର ଥିବାବେଳେ କୌଣସି କାରଣବଶତଃ ଆସି ପାରିନଥିଲେ । ହେଲେ ଶୁକ୍ରବାର ସେ ମୁଖ୍ୟ ବିଚାରପତିଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- କିସ୍‌ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ମାସକର ଦରମା ଦେବାକୁ ଦେଲେ ପ୍ରତିଶୃତି

ପ୍ରକାଶ ଥାଉକି , ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ହେଉଛନ୍ତି ବଲାଙ୍ଗିର ପୁଅ । ଜଷ୍ଟିସ୍‌ ମିଶ୍ରଙ୍କ ମାଆଙ୍କ ବିୟୋଗର ଦଶ ଦିନ ପରେ ତାଙ୍କ ପିତା ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ ହୋଇଥିଲା । ପୁଅ ଭାବରେ ମୁଖାଗ୍ନି ଦେଇ ମାଆ ଓ ବାପାଙ୍କ ଶୁଦ୍ଧିକ୍ରିୟା କରିଥିଲେ ଜଷ୍ଟିସ୍‌ ମିଶ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.