ETV Bharat / state

ପୋଲିସ ଘରେ ଚୋର ! ଗାଁ ଲୋକେ ଖପ୍ପା, ପ୍ରବଳ ଉତ୍ତେଜନା

author img

By ETV Bharat Odisha Team

Published : Jan 10, 2024, 1:09 PM IST

ପୋଲିସ ଘରେ ଲୁଚିଲା ଚୋର, ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଉତ୍ତେଜନା
ପୋଲିସ ଘରେ ଲୁଚିଲା ଚୋର, ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଉତ୍ତେଜନା

Accused hiding in police house: ପୋଲିସ ଘରେ ଲୁଚିଲା ଚୋର । ଗ୍ରାମବାସୀଙ୍କ ଅଭିଯୋଗ, ହାବିଲଦାର ଜାଣିଶୁଣି ଚୋରକୁ ଦେଉଛନ୍ତି ଆଶ୍ରୟ । ଅଧିକ ପଢନ୍ତୁ

ପୋଲିସ ଘରେ ଲୁଚିଲା ଚୋର, ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଉତ୍ତେଜନା

ବଲାଙ୍ଗୀର: ପୋଲିସ ଘରେ ଲୁଚିଲା ଅଭିଯୁକ୍ତ । ପୋଲିସ ନିଜ ନିର୍ମାଣାଧୀନ ଘରେ ଚୋରକୁ ଆଶ୍ରୟ ଦେଇଥିବା ନେଇ ବଲାଙ୍ଗୀର ସଦର ଥାନା ମହିଳା ହାବିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କାଳସାଏ ପାଳି ଗାଁ ଲୋକେ । ଏହାକୁ ନେଇ ଘଟଣାସ୍ଥଳରେ ବହୁ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ସହ ଲୋକମାନଙ୍କୁ ଶାନ୍ତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ବଲାଙ୍ଗୀର ପୋଲିସ ଘରେ ଚୋର ! ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖୁଜେନ ପାଳି ବଲାଙ୍ଗୀର ରାସ୍ତା ଲୁଟତରାଜ ନିତିଦିନିଆ ଘଚଣା ହୋଇଗଲାଣି । ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଚୋରି ଘଟଣା ସାମ୍ନାକୁ ଆସୁଛି । ଏହାମଧ୍ୟରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟା ସମୟରେ କିଛି ଦୁର୍ବୃତ୍ତ ସେହି ରାସ୍ତାରେ ଯାଉଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଚିହ୍ନି ପାରି ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ 2 ଜଣ ଅଭିଯୁକ୍ତ କାଳସାଏ ପାଳି ଗାଁ ମୁଣ୍ଡରେ ଥିବା ଜଣେ ପୋଲିସ ହାବିଲଦାରଙ୍କ ନିର୍ମାଣାଧୀନ ଘରେ ପଶି ଯାଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିବା ସହ ଉତ୍ତେଜନା ଦେଖାଯାଇଥିଲା । ସେପଟେ ସମ୍ପୃକ୍ତ ପୋଲିସ ହାବିଲଦାର ଡ୍ୟୁଟିରେ ଥିବା ବେଳେ ଏହି ଖବର ପାଇଥିଲେ । ତୁରନ୍ତ ନିଜ ନିର୍ମାଣାଧୀନ ଘରେ ପହଞ୍ଚିଥିଲେ। ଏହି ସମୟରେ ଜାଣିଶୁଣି ସେ ଅଭିଯୁକ୍ତମାନଙ୍କୁ ଆଶ୍ରୟ ଦେଉଥିବା କହିଥିଲେ ଗ୍ରାମବାସୀ । ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ସ୍ଥିତି ଲାଗି ରହିିଥିଲା । ସଦର ପୋଲିସ ଓ ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସେହି ଘରୁ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା ।

ଏହାମଧ୍ୟ ପଢନ୍ତୁ.. ଅପରାଧୀଙ୍କ ନୂଆ ଟ୍ରେଣ୍ଡ, ଗହଣା ସଫା ଆଳରେ କରୁଛନ୍ତି ଲୁଟ

ପୋଲିସ ହାବିଲଦାରଙ୍କ ସୂଚନା ମୁତାବକ ଉତ୍ୟକ୍ତ ଲୋକେ, ଅଭିଯୁକ୍ତମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯେଉଁଥିପାଇଁ ଅଭିଯୁକ୍ତମାନେ ଘର ଭିତରେ ଆସି ଲୁଚିଥିଲେ । ତେବେ ତାଙ୍କୁ ଲୋକଙ୍କ ଆକ୍ରୋଶରୁ ରକ୍ଷା କରିବା ପାଇଁ ସେ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନେଇ ଘର କବାଟ ବନ୍ଦ କରି ସଦର ପଲିସକୁ ଖବର ଦେଇଥିଲେ । ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ନିଜେ ମଧ୍ୟ ଏନେଇ ସ୍ୱୀକାର କରିଛି । ସେ କହିଛି ଯେ, ଗୋଟିଏ ମୋବାଇଲ ଚୋରି କରି ଥିଲା ଓ ଲୋକ ତାଙ୍କୁ ମାରିବାକୁ ଗୋଡାଇବାରୁ ଜୀବନ ବିକଳରେ ଏହି ଘରେ ପଶି ଯାଇଥିଲା ।


ଏସଡିପିଓ ତୁଫାନ ବାଗ କହିଛନ୍ତି,"ତିନି ଦିନ ତଳେ କିଛି ଯୁବକ ଜଣେ ନିର୍ମାଣ ଶ୍ରମିକଠାରୁ ଟଙ୍କା ଓ ମୋବାଇଲ ଲୁଟ କରିଥିଲେ । ସେମାନଙ୍କୁ ଗ୍ରାମବାସୀ ଚିହ୍ନି ପାରି ଧରିବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ମାନେ ଜୀବନ ବିକଳରେ ଏହି ଘରେ ପଶିଥିବା ବେଳେ ହାବିଲଦାର ଜଣକ ଉଚିତ ପଦକ୍ଷେପ ନେଇ ସେମାନଙ୍କୁ ସୁରକ୍ଷା ଦେବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ସମସ୍ତ ଅଭିଯୁକ୍ତଙ୍କୁ ଉଦ୍ଧାର କରିଛନ୍ତି। ତିନି ଜଣ ଅଭିଯୁକ୍ତକୁ ଧରା ଯାଇଥିବା ବେଳେ ତିନିଟି ବାଇକ ମଧ୍ୟ ପୋଲିସ ଜବତ ରହିଛି ଏବଂ ଏ ଦିଗରେ ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ଏସଡିପିଓ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.