ETV Bharat / state

ବଜ୍ରାଘାତରେ ଦୁଇ ମୃତ, ଚାରି ଆହତ

author img

By

Published : Sep 28, 2019, 10:36 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର/ରାଉରକେଲା

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀରରେ ସହରରେ ବଜ୍ରାଘାତରେ ଜଣେ 19 ବର୍ଷିୟ ଯୁବକର ମୃତ୍ୟୁ ହୋଇଛି । ସେହିଭଳି ରାଉରକେଲାର ବିଶ୍ରା ଥାନା ଆଞ୍ଚଳରେ ନବମ ଶେଣୀ ଛାତ୍ରର ବଜ୍ରଘାତରେ ମୃତ୍ୟୁ ଘଟିଛି ।

ବଲାଙ୍ଗୀର/ରାଉରକେଲା : ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀରରେ ସହରରେ ବଜ୍ରାଘାତରେ ଜଣେ ଯୁବକର ମୃତ ହୋଇଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିଭଳି ରାଉରକେଲାର ବିଶ୍ରା ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରର ବଜ୍ରାଘାତରେ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ବର୍ଷା ଯୋଗୁଁ ବଲାଙ୍ଗୀର ସହର ମାଳପୋଡା ମଦନ ଗୁଡିଆ ବଗିଚା ନିକଟରେ ତିନିଜଣ ଯୁବକ ଗଛ ତଳେ ଅଶ୍ରୟ ନେଇଥିଲେ । ହଠାତ ବଜ୍ରାଘାତ ହେବାରୁ ମାଲପୋଡାର ୧୯ ବର୍ଷୀୟ ଶିବାଶିଷ ଦାସ ଓରଫ ବିଟୁନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଯୁବକ ଅଲି ଖାନ ଏବଂ ସମ୍ବିତ ଡାଙ୍ଗ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସେହିଭଳି ରାଉରକେଲା ବିଶ୍ରା ଥାନାର ମସାରିକୁଦର ଗାଁ ରେ ବଜ୍ରାଘାତ ଯୋଗୁଁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଜଣେ ନବମ ଶ୍ରେଣୀ ଛାତ୍ର ବିଶ୍ବନାଥ ମୁଣ୍ଡା(14) ମୃତ୍ୟୁ ହୋଇଛି । ଅଷ୍ଟମ ଶ୍ରେଣୀ ଛାତ୍ର ଜୁଆନ ମୁଣ୍ଡା ଓ ଅଜିତ ମୁଣ୍ଡା ଦୁଇ ଜଣ ଆହତ ହୋଇଛନ୍ତି । ସନ୍ଧ୍ୟାରେ ଗାଈ ଚରାଇବା ପାଇଁ ଯାଇଥିବା ସମୟରେ ବଜ୍ରାଘାତ ହୋଇଥିଲା । ଆହତଙ୍କୁ ବିଶ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ ଓ ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ବଲାଙ୍ଗୀର ରେ ଆଜି ସହର ମଧ୍ୟରେ ବଜ୍ରାଘାତ ରେ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।Body:ବଜ୍ରାଘାତ ନେଲା ଜୀବନ. ବଲାଗିଂର ସହର ମାଳପଡା ମଦନ ଗୁଡିଆ ବଗିଚା ନିକଟରେ ତିନିଜଣ ଯୁବକ ବର୍ଷା ଯୋଗୁଁ ଗଛ ତଲେ ଅଶ୍ରୟ ନେଇଥିଲେ. ହଠାତ ବଜ୍ରାଘାତ ହେବାରୁ ମାଲପଡାର ୧୯ ବର୍ଷୀୟ ଶିବାଶିଷ ଦାସ ଓରଫ ବିଟୁନ କଂର ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିବା ବେଲେ ଅନ୍ୟ ଦୁଇଜଣ ଯୁବକ ଅଲି ଖାନ ଏବଂ ସମ୍ବିତ ଡାଗଂ ଗୁରୁତର ହୋଇଛନ୍ତି. ଗୁରୁତର ମାନକୁଂ ବଲାଗିଂର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ରେ ଭର୍ତିକରାଯାଇଛି.ମୃତ ଯୁବକ ବିଟୁନ ମାଳପଡାର ସୁଧାଶୁଂ ଦାସ କଂର ଏକମାତ୍ର ପୁତ୍ର ହୋଇଥିବାରୁ ତାକଂର ଅକାଲ ବିୟୋଗରେ ପାଖ ପଡୋଶୀରେ ଶୋକର ଛାୟା ଖେଲିଯାଇଛି.Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.