ETV Bharat / state

ହାଇଦ୍ରାବାଦ ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ଦିଆଯିବ କ୍ଷତିପୂରଣ: ସୁଶାନ୍ତ ସିଂ

author img

By

Published : Apr 21, 2021, 9:07 AM IST

labour mnister sushant singh
ହାଇଦ୍ରାବାଦରେ ଦୁର୍ଘଟଣାର ମୃ୍ତ ଶ୍ରମିକଙ୍କ ପରିବାରକୁ ଦିଆଯିବ କ୍ଷତିପୂରଣ: ସୁଶାନ୍ତ ସିଂ

ତେଲେଙ୍ଗାନାରେ ବଲାଙ୍ଗୀରର ଇଟିଭାଟି ଶ୍ରମିକ ଦୁର୍ଘଟଣାର ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ପକ୍ଷରୁ ପରବାରକୁ ସହାୟତା କରାଯିବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଏହି ଦୁର୍ଘଟଣାରେ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ତେଲେଙ୍ଗାନାରେ ବଲାଙ୍ଗୀରର ଇଟିଭାଟି ଶ୍ରମିକ ଦୁର୍ଘଟଣାର ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ପକ୍ଷରୁ ପରବାରକୁ ସହାୟତା କରାଯିବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଜିଲ୍ଲାରେ ଦାଦନ ଦୁଃଖ ସରିବାର ନାଁ ନେଉ ନ ଥିବା ବେଳେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ହାଇଦ୍ରାବାଦରେ ଦୁର୍ଘଟଣାର ମୃ୍ତ ଶ୍ରମିକଙ୍କ ପରିବାରକୁ ଦିଆଯିବ କ୍ଷତିପୂରଣ: ସୁଶାନ୍ତ ସିଂ

ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଥିବାବେଳେ ବାହାରକୁ ଯାଇ ଜୀବନ ହାରୁଛନ୍ତି। ତେବେ ବଲାଙ୍ଗୀର ମୁରିବାହଲ ବ୍ଲକର ପାଞ୍ଚ ଜଣ ଓ ସଇଁତଳା ବ୍ଲକର ଜଣେ ତେଲେଙ୍ଗାରନାର ରାଜଧାନୀ ହାଇଦ୍ରାବାଦରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରୁ ସେମାନେ ପନିପରିବା କିଣି ଫେରୁଥିବାବେଳେ ସମସାବାଦ ନିକଟରେ ଟ୍ରକଟି ଓଲଟି ଯାଇଥିଲା । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାରେ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ପଇସା ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯାଇଥିବାବେଳେ ଏ ଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ମୃତକଙ୍କଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି।

ହାଇଦ୍ରାବାଦରେ ଦୁର୍ଘଟଣାର ମୃ୍ତ ଶ୍ରମିକଙ୍କ ପରିବାରକୁ ଦିଆଯିବ କ୍ଷତିପୂରଣ: ସୁଶାନ୍ତ ସିଂ

ସେପଟେ ସଂପୃକ୍ତ ଇଟା ଭାଟି ମାଲିକ ଏହି ପରିବାରଙ୍କୁ କିଛି ଅନୁକମ୍ପା ସାହାଯ୍ୟ ଦେଇଥିବାର ଜଣାପଡ଼ିଛି। ଅନ୍ୟପଟେ ଓଡ଼ିଶା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଧ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିବା କହିଛନ୍ତି। ଏବଂ ଆଗକୁ ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.