ETV Bharat / state

ସ୍ତ୍ରୀର ମୃତଦେହ ଧରି ଫେରୁଥିଲେ, ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ସ୍ବାମୀ

author img

By

Published : Jun 2, 2021, 5:48 PM IST

ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ସ୍ବାମୀ ମୃତ
ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ସ୍ବାମୀ ମୃତ

ବଲାଙ୍ଗୀରରେ ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବାମୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଯାହା ଭାବିବା ବି ସମ୍ଭବ ନୁହେଁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ। ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବାମୀ । ଅଘଟଣ ଘଟିଛି ବଲାଙ୍ଗୀର ତୁରେକେଲା ବ୍ଲକ ଅଞ୍ଚଳରେ ।

ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ସ୍ବାମୀ ମୃତ

ସୂଚନା ଅନୁସାରେ ବଲାଙ୍ଗୀର ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ ନିଜ ସ୍ତ୍ରୀଙ୍କୁ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ତ୍ରୀ ସାଇବାନି ସେଠଙ୍କ ମୃତ୍ୟୁ ହୋଇଥିଲା। ଆଜି ଏକ ଘରୋଇ ଆମ୍ବୁଲାନସରେ ସ୍ତ୍ରୀଙ୍କ ମୃତଦେହ ନେଇ ଗାଆଁକୁ ଫେରୁଥିଲେ ବିପିନ। ତେବେ ପାଟଣାଗଡ଼ ଝୁଲେନବର ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଭିତରେ ଥିବା ବିପିନ ସେଠଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଖବରପାଇ ପାଟଣାଗଡ଼ ପୋଲିସ୍ ଓ ଦମକଳ ବିଭାଗ ପହଞ୍ଚି ମୃତଦେହ ଦୁଇକୁ ଉଦ୍ଧାର କରିଥିଲେ। ତେବେ ମାତ୍ର କିଛି ଘଣ୍ଟା ମଧ୍ୟରେ ଉଭୟ ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଛି।

ବଲାଙ୍ଗୀରରୁ ସେକ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.