ETV Bharat / state

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟିଲା ସ୍ୱାମୀ

author img

By

Published : Jun 18, 2022, 9:03 PM IST

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟିଲା ସ୍ୱାମୀ
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟିଲା ସ୍ୱାମୀ

ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ତଣ୍ଟି କାଟିଦେଲା ସଇତାନ ସ୍ୱାମୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟିଦେଲା ସଇତାନ ସ୍ୱାମୀ । ଆଉ ସ୍ତ୍ରୀକୁ ଆକ୍ରମଣ କରିବାପରେ ପିଶାଚ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ବେଲପଡ଼ା ଥାନା ବାହାବଳ ଗାଁରେ ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି କାଟିଲା ସ୍ୱାମୀ

ସୂଚନାନୁଯାୟୀ, ୧୧ ବର୍ଷ ତଳେ ବଲାଙ୍ଗୀର ଚୁଡାପଳି ଶିବତଲା ଗ୍ରାମର ଯୁବତୀ ହେମ ବାଗଙ୍କର କାନୁଟ ଗ୍ରାମର ସୁଧୀର ବାଗ ସହ ରୀତିନୀତି ଅନୁଯାୟୀ ବାହାଘର ହୋଇଥିଲା । ବିବାହର କିଛି ବର୍ଷ ପରେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା । ସ୍ତ୍ରୀ ଅନ୍ୟତ୍ର ସମ୍ପର୍କ ରଖିଥିବାର ସନ୍ଦେହ କରି ସ୍ଵାମୀ ଗତ ରାତିରେ ସ୍ତ୍ରୀର ତଣ୍ଟିକୁ ଛୁରୀ ମାଧ୍ୟମରେ କାଟି ଦେଇଥିଲା ।

ଖବରପାଇ ହେମଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ବେଲପଡ଼ା ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.