ETV Bharat / state

ପୁନଃ ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ

author img

By

Published : Apr 22, 2021, 8:36 PM IST

ପୁନଃ ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ କୋରୋନା ଯୋଦ୍ଧା
ପୁନଃ ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ କୋରୋନା ଯୋଦ୍ଧା

ବଲାଙ୍ଗୀରରେ ପୁନଃ ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: କରୋନା ପ୍ରଥମ ଲହରରେ କୋଭିଡ ସଂକ୍ରମିତଙ୍କୁ ସେବା ଯୋଗାଇଥବା କରୋନା ଯୋଦ୍ଧା ଏବେ ପୁଣି ପୁନଃ ନିଯୁକ୍ତି ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରସ୍ତ ହୋଇଛନ୍ତି । ଗତବର୍ଷ ଜିଲ୍ଲାର 55 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଭିନ୍ନ ପ୍ରାଥମିକ କେନ୍ଦ୍ର ଓ ଟିଏମସି ଗୁଡିକରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । 9 ମାସର ସେବା ପରେ ତାଙ୍କୁ ଏଥିରୁ ନିବୃତ ରଖିଥିଲା ପ୍ରଶାସନ ।

ପୁନଃ ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ କୋରୋନା ଯୋଦ୍ଧା

ତେବେ ବର୍ତ୍ତମାନ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଥିବାବେଳେ ଏମାନଙ୍କ ମଧ୍ୟରୁ 35 ଜଣଙ୍କୁ ପୁଣି ବିଭିନ୍ନ ସ୍ଥାନରେ ପୁନଃ ନିଯୁକ୍ତି ଦିଆଯାଇଛି । ଅନ୍ୟ 20 ଜଣଙ୍କୁ ଏବେବି କାର୍ଯ୍ୟରୁ ନିବୃତ ରଖାଯାଇଛି । ଅନ୍ୟ ଜିଲ୍ଲା ଗୁଡିକରେ ଏହି ଭଳି କାମ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃ ନିଯୁକ୍ତି ଦିଆ ସରିଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବାର ଏମାନେ ଅଭିଯୋଗ କରିଛନ୍ତି । ନିଯୁକ୍ତି ନାଁରେ ଏମାନଙ୍କୁ ନିରାଶ କରାଯାଉଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.