ETV Bharat / state

ପରିବା ବିକାଳୀଙ୍କୁ ପୌର କର୍ମଚାରୀ ମାଡ଼ ପ୍ରତିବାଦରେ ଥାନା ଘେରାଉ

author img

By

Published : Apr 19, 2021, 11:00 PM IST

ପରିବା ବିକାଲିଙ୍କୁ ପୌର କର୍ମଚାରୀ ମାଡ଼ ପ୍ରତିବାଦରେ ଥାନା ଘେରାଉ
ପରିବା ବିକାଲିଙ୍କୁ ପୌର କର୍ମଚାରୀ ମାଡ଼ ପ୍ରତିବାଦରେ ଥାନା ଘେରାଉପରିବା ବିକାଲିଙ୍କୁ ପୌର କର୍ମଚାରୀ ମାଡ଼ ପ୍ରପରିବା ବିକାଲିଙ୍କୁ ପୌର କର୍ମଚାରୀ ମାଡ଼ ପ୍ରତିବାଦରେ ଥାନା ଘେରାଉତିବାଦରେ ଥାନା ଘେରାଉ

ବଲାଙ୍ଗୀର ପରିବା ବିକାଳୀଙ୍କୁ ପୌରପାଳିକା କର୍ମଚାରୀଙ୍କ ମାଡ ଅଭିଯୋଗ । ଅଧିକ ପଢନ୍ତୁ...

ବଲାଙ୍ଗୀର: କୋରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଜାରି କରା ଯାଇଛି। ତେବେ ଏହିଭଳି ଆଜି ପୌରପାଳିକା କର୍ମଚାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ବଲାଙ୍ଗୀର ଦୈନିକ ପରିବା ବଜାର ବନ୍ଦ କରିବାକୁ ଯାଇଥିଲେ । ଯେଉଁଠି ବନ୍ଦ କରିବା ସମୟରେ କିଛି ପୌର କର୍ମଚାରୀ ଜଣେ ପରିବା ବିକାଳୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।ତେବେ ଏଥିରେ ଆହତ ଯୁବକ ରାକେଶ ମେହେରଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ପରିବା ବିକାଲିଙ୍କୁ ପୌର କର୍ମଚାରୀ ମାଡ଼ ପ୍ରତିବାଦରେ ଥାନା ଘେରାଉ

ଅନ୍ୟପଟେ ଏହି ମାଡ଼ ପ୍ରତିବାଦରେ ଆଜି ସମସ୍ତ ପରିବା ବିକାଳୀ ବଲାଙ୍ଗୀର ଟାଉନ ଥାନା ଘେରାଉ କରିଥିଲେ । ଥାନାରେ ପୌର କର୍ମଚାରୀ ବିରୋଧରେ ଲିଖିତ ଅଭିଯୋଗ ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ତାଙ୍କୁ ଦୋକାନ ଲଗାଇବାକୁ ଅନ୍ୟତ୍ର ଏକ ନିରାପଦ ସ୍ଥାନ ଦେବାକୁ ମଧ୍ୟ ଏମାନେ ଦାବି କରିଛନ୍ତି।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.