ETV Bharat / state

ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଲା ଚିଠି, ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଲେ ପରିବାର ଲୋକେ

author img

By

Published : Dec 21, 2022, 5:12 PM IST

Govinda Sahu death case
Govinda Sahu death case

ମୃତ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଛି ଏକ ଚିଠି । ଏହାକୁ ନେଇ ସସପେନ୍ସ ବଢିଥିବା ବେଳେ ରାଜ୍ୟ ନୁହେଁ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି ଗୋବିନ୍ଦଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

govinda sahu death case

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍‌ରେ ମୃତ୍ୟୁ ଘଟଣା । ତଦନ୍ତ ପାଇଁ କଣ୍ଟାବାଞ୍ଜୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ସେପଟେ ଗୋବିନ୍ଦଙ୍କ ପକେଟ୍‌ରୁ ଏକ ଏନ୍‌ଭଲପ୍‌ ମିଳିଛି । ଯାହାକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି । ତେବେ ରାଜ୍ୟ ନୁହେଁ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପରେ ଛିଡା ହୋଇଛି ଅନେକ ପ୍ରଶ୍ନ । ତେବେ ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ କଣ୍ଟାବାଞ୍ଜିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଆଜି ଗୋବିନ୍ଦ ସାହୁର ମୃତ ଶରୀରର ବଲାଙ୍ଗୀର ଭିମଭୋଇ ମେଡ଼ିକାଲ କଲେଜରେ ବ୍ୟବଚ୍ଛେଦ ହୋଇଛି । ଯେଉଁଥିରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ ଫୋରେଂସିକ ଏକ୍ସପାର୍ଟ ମଧ୍ୟ ଉପସ୍ଥିତ ଅଛନ୍ତି । ସେହିପରି ଗୋବିନ୍ଦ ସାହୁର ପରିବାର ଲୋକ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି । ତେବେ ପରିବାର ଲୋକେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଜେଲ୍‌ ଭଳି ସୁରକ୍ଷିତ ସ୍ଥାନରେ ଏହା କେମିତି ହେଲା ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

ତେବେ ରାଜ୍ୟର କ୍ରାଇମବ୍ରାଞ୍ଚକୁ ସେମାନେ ବିଶ୍ବାସ କରୁନାହାନ୍ତି ଏବଂ ଏହାର ତଦନ୍ତ କେନ୍ଦ୍ରିୟ ସଂସ୍ଥା ଦ୍ୱାରା କରିବାକୁ ସେମାନେ ଦାବି କରିଛନ୍ତି । ସମାନ ଭାବରେ ଗୋବିନ୍ଦ ସାହୁର ମୃତ୍ୟୁ ପରେ ତାଙ୍କର ପକେଟରୁ ଏକ ଲଫାଫା ପୋଲିସ ଜବତ କରିଥିବା ବେଳେ ସେହି ବାବଦରେ ସମ୍ପୁର୍ଣ୍ଣ ସୂଚନା ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ସେହିପରି ମମିତାର ହତ୍ୟା ଗୋବିନ୍ଦ ସାହୁ କରି ନଥିବା ବେଳେ ତାଙ୍କୁ ପୋଲିସ ମିଛ ମାମଲାରେ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଗତ 2021 ଅକ୍ଟୋବର ମାସ 8 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠାରୁ ଫେରାର ହୋଇଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ମଙ୍ଗଳବାର ସେ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.