ETV Bharat / state

ସରିଲା ଗୋବିନ୍ଦ ସାହୁର ମୃତଦେହ ବ୍ୟବଚ୍ଛେଦ, ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ

author img

By

Published : Dec 21, 2022, 6:30 PM IST

ସରିଲା ଗୋବିନ୍ଦ ସାହୁର ମୃତଦେହ ବ୍ୟବଚ୍ଛେଦ
ସରିଲା ଗୋବିନ୍ଦ ସାହୁର ମୃତଦେହ ବ୍ୟବଚ୍ଛେଦ

ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ସରିଲା ଗୋବିନ୍ଦ ସାହୁର ମୃତଦେହ ବ୍ୟବଚ୍ଛେଦ । ତେବେ ବ୍ୟବଛେଦ ଉପରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ବ୍ୟବଚ୍ଛେଦ କରିଥିବା ଡାକ୍ତର । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ୟବଛେଦ ଉପରେ ସୂଚନା ଦେବାକୁ ମନା କଲେ ବ୍ୟବଚ୍ଛେଦ କରିଥିବା ଡାକ୍ତର

ବଲାଙ୍ଗୀର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ ଆଜି ବଲାଙ୍ଗୀରରେ ହୋଇଛି ମୃତଦେହ ବ୍ୟବଚ୍ଛେଦ । ଭୀମ ଭୋଇ ମେଡିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ଏହି ବ୍ୟବଛେଦ କରିଥିଲେ । ତେବେ ବ୍ୟବଛେଦ ଉପରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ବ୍ୟବଚ୍ଛେଦ କରିଥିବା ଡାକ୍ତର । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗୋବିନ୍ଦଙ୍କ ପୈତୃକ ଗାଁରେ ହେବ ଅନ୍ତିମ ସଂସ୍କାର ।

ମଙ୍ଗଳବାର ଜେଲ ପରିସରରେ ଆତ୍ମହତ୍ୟା କରିଥିଲା ଗୋବିନ୍ଦ ସାହୁ । ଏହାପରେ ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ତାର ମୃତଦେହ ବ୍ୟବଚ୍ଛେଦ ହୋଇଛି । ତେବେ ସୁପ୍ରିମକୋର୍ଟ ଏବଂ ଜାତୀୟ ମାନବାଧିକାର କମିଶନଙ୍କ ନିୟମ ଅନୁସାରେ ଗୋବିନ୍ଦ ସାହୁଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ଏହି ବ୍ୟବଛେଦ କରିଥିଲେ । ବୁର୍ଲା ଭିମସାର ମେଡିକାଲ କଲେଜର ଏଫଏମଟି ବିଶେଷଜ୍ଞ ଡାକ୍ତର ସତ୍ୟସାଇ ପଣ୍ଡା, ଡାକ୍ତର ବିରେନ ଖାଲକୋ ଓ ବଲାଙ୍ଗୀର ଭୀମ ଭୋଇ ମେଡିକାଲର ସୁବଳ ନାଏକ ପ୍ରମୁଖ ଏହି ବ୍ୟବଚ୍ଛେଦ କରିଥିଲେ ।

ବ୍ୟବଛେଦର ଭିଡିଓ ଉତ୍ତୋଳନ ମଧ୍ୟ କରାଯାଇଛି । ତେବେ ବ୍ୟବଚ୍ଛେଦ କରିଥିବା ଡାକ୍ତର ବ୍ୟବଛେଦ ଉପରେ କୌଣସି ସୂଚନା ଦେବାକୁ ମନା କରିଥିବା ବେଳେ ସମ୍ପୃକ୍ତ ଯାଞ୍ଚ ସଂସ୍ଥାକୁ ତାହା ପ୍ରଦାନ କରାଯିବ ବୋଲି କହିଛନ୍ତି । ସେପଟେ ବ୍ୟବଚ୍ଛେଦ ପରେ ଗୋବିନ୍ଦ ସାହୁର ମୃତ ଶରୀର ତାଙ୍କ ଝିଅଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏହାପରେ ମୃତଦେହ ତାଙ୍କ ପୈତୃକ ଗ୍ରାମ ମହାଲିଙ୍ଗକୁ ନିଆଯାଇଛି । ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.