ETV Bharat / state

ଲକଡାଉନର ପ୍ରଥମ ଦିନରେ ବଲାଙ୍ଗୀରରେ କଡା ଚେକିଂ, ଖିଲାପକାରୀଙ୍କ ଉପରେ ନଜର

author img

By

Published : May 5, 2021, 5:26 PM IST

ଲକଡାଉନର ପ୍ରଥମ ଦିନରେ ବଲାଙ୍ଗୀରରେ କଡା ଚେକିଂ, ଖିଲାପକାରୀଙ୍କ ଉପରେ ନଜର
ଲକଡାଉନର ପ୍ରଥମ ଦିନରେ ବଲାଙ୍ଗୀରରେ କଡା ଚେକିଂ, ଖିଲାପକାରୀଙ୍କ ଉପରେ ନଜର

ଆଜି ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା 14 ଦିନିଆ ଲକଡାଉନର ପ୍ରଥମ ଦିନ । ବଲାଙ୍ଗୀରରେ କିଭଳି ରହିଛି ସ୍ଥିତି, ଅଧିକ ପଢନ୍ତୁ...

ବଲାଙ୍ଗୀର: ଆଜି ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା 14 ଦିନିଆ ଲକଡାଉନର ପ୍ରଥମ ଦିନ । ବଲାଙ୍ଗୀରରେ ଲକଡାଉନ ପ୍ରଥମ ଦିନ ସଫଳ ହୋଇଥିବାବେଳେ ଲୋକେ ସ୍ବତପ୍ରବୃତ୍ତ ଭାବରେ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରତି ଗାଁରୁ ସହର ବଜାର ପର୍ଯ୍ୟନ୍ତ ସବୁଠି ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ।

ଲକଡାଉନର ପ୍ରଥମ ଦିନରେ ବଲାଙ୍ଗୀରରେ କଡା ଚେକିଂ, ଖିଲାପକାରୀଙ୍କ ଉପରେ ନଜର

କରୋନା ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଆଜିଠାରୁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଜରୁରୀ କାମ ନଥିଲେ ଲୋକ ବାହରକୁ ବାହାରୁ ନାହାନ୍ତି । ତେବେ ଆଜି ସକାଳ 6ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ କିଣିବା ପାଇଁ ସମୟ ଦିଆ ଯାଇଥିଲା । ଲୋକେ ମଧ୍ୟ ଏଥିରେ ଭିଡ଼ ନକରି ସାମାଜିକ ଦୁରତା ପାଳନ କରି ଅତ୍ୟାବଶକୀୟ ସାମଗ୍ରୀ କିଣାକିଣି କରୁଥିବା ଦେଖାଯାଇଥିଲା ।

ସେପଟେ ପୋଲିସ୍ ପ୍ରଶାସନ ତରଫରୁ ମଧ୍ୟ ଲକଡାଉନକୁ କଡାକଡ଼ି ପାଳନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସହରର ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଚେକିଂ କଡାକଡି କରିଛି ପୋଲିସ । ସେହିପରି ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଉଥିବା ବଲାଙ୍ଗୀର ଏସପି କହିଛନ୍ତି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.