ETV Bharat / state

ବଲାଙ୍ଗୀର ଚାଷୀଙ୍କୁ ଘାରିଛି ଜଳସେଚନ ସମସ୍ୟା, ବ୍ୟାରେଜ ନିର୍ମାଣ ଦାବି

author img

By

Published : Jan 6, 2021, 11:22 AM IST

ଓ଼ଡିଶାର ଭାତହାଣ୍ଡି ଚାଷୀଙ୍କୁ ଘାରିଛି ଜଳସେଚନ ସମସ୍ୟା
ଓ଼ଡିଶାର ଭାତହାଣ୍ଡି ଚାଷୀଙ୍କୁ ଘାରିଛି ଜଳସେଚନ ସମସ୍ୟା

ବଲାଙ୍ଗୀରେର ଚାଷୀ ଅସନ୍ତୋଷ । ଜଳସେଚନ ସମସ୍ୟା ନେଇ ହନ୍ତସ୍ତନ୍ତ ଚାଷୀ । ସେପଟେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀମାନେ ଏକଜୁଟ ହୋଇ ବ୍ୟାରେଜ ନିର୍ମାଣ କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଜଳସେଚନ ସମସ୍ୟା ପାଇଁ ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ବଲାଙ୍ଗୀରର ଶୁଷ୍କ ଅଞ୍ଚଳ ଦେଓଗାଁ ଦେଇ ଯାଇଥିବା ସଙ୍ଗୋଡ ନଦୀରେ ଏକ ବ୍ୟାରେଜ ନିର୍ମାଣ ଦାବିରେ ଏକଜୁଟ ହୋଇଛନ୍ତି ଚାଷୀ । ତୁରନ୍ତ ସରକାର ଏଠାରେ ଏକ ବ୍ୟାରେଜ ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଓ଼ଡିଶାର ଭାତହାଣ୍ଡି ଚାଷୀଙ୍କୁ ଘାରିଛି ଜଳସେଚନ ସମସ୍ୟା

ବଲାଙ୍ଗୀର ଜିଲ୍ଲାରେ ନିଶ୍ଚିତ ଜଳସେଚନ ମାତ୍ର 3 ପ୍ରତିଶତ ଥିବାବେଳେ ସରକାର ଏହାର ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ ନେଉଁନାହାଁନ୍ତି । ଆଉ ଯାହା ବି ପ୍ରକଳ୍ପ ହାତକୁ ନେଇଛନ୍ତି ତାହା ଅଧା ପନ୍ତରିଆ ହୋଇପଡି ରହିଛି । ଯାହାକୁ ନେଇ ଦିନକୁ ଦିନକୁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ମଙ୍ଗଳବାର ସିକୁଆଁ ଗାଁ ଠାରେ ଚାଷୀ ସମାବେଶ କରି ବ୍ୟାରେଜ କରିବାକୁ ଦାବି କରିଛନ୍ତି ।

ଏଠାରେ ବ୍ୟାରେଜ ହେଲେ ଦେବଗାଁ ବ୍ଲକର 6ଟି ପଞ୍ଚାୟତର 18 ଟି ଗାଁ ଓ ବଲାଙ୍ଗୀର ସଦର ବ୍ଲକର ଦୁଇଟି ପଞ୍ଚାୟର ଜମିକୁ ପାଣି ପହଞ୍ଚିବ । ଯାହାଫଳରେ 32 ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେପଟେ ଦୀର୍ଘ ଦିନରୁ ଏହି ଦାବି ହୋଇ ଆସୁଥିଲେ ମଧ୍ୟ ଆବଶ୍ୟକ ଥିବା ସ୍ଥାନରେ ସରକାର ବ୍ୟାରେଜ ନିର୍ମାଣ ନ କରି ଲୋୟର ସୁକତେଲ ପ୍ରକଳ୍ପ ଆୟକଟ ମଧ୍ୟରେ ପୁଣି ବ୍ୟାରେଜ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଛନ୍ତି ।

ସରକାରଙ୍କ ଏହି ଅଜବ ନୀତିକୁ ଚାଷୀ ପ୍ରଶ୍ନ କରିଥିବା ବେଳେ ବର୍ତ୍ତମାନ ସରକାର ଏଠି ବ୍ୟାରେଜ ନିର୍ମାଣ କରନ୍ତୁ ବୋଲି ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ବଡ଼ ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.