ETV Bharat / state

ETV Bharat Impact: ବେସାହାରା ଭାଇଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

author img

By

Published : May 11, 2023, 10:08 PM IST

ETV Bharat Impact
ETV Bharat Impact

ଖବର ପ୍ରସରଣର 24 ଘଣ୍ଟା ନ ପୁରୁଣ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବିଡ଼ିଘାଟ ଗ୍ରାମରେ ବେସାହାରା ହୋଇଥିବା ତିନି ଭାଇଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ଅଧିକ ପଢନ୍ତୁ

ETV Bharat Impact

ବଲାଙ୍ଗୀର: ଇଟିଭି ଭାରତରେ ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢ଼ାଇଲା ପ୍ରଶାସନ । ଖବର ପ୍ରସରଣର 24 ଘଣ୍ଟା ନ ପୁରୁଣୁ ବେସାହାରା ଭାଇଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ତ୍ୱରିତ ପଦକ୍ଷେପ ନେଇ ପ୍ରଥମେ ସାନ ଭାଇକୁ କରିଛି ଥଇଥାନ। ତେବେ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବିଡ଼ିଘାଟ ଗ୍ରାମରେ ବେସାହାରା ହୋଇଥିବା ତିନି ଭାଇଭଉଣୀଙ୍କ ଦୁଃଖ ଓ ସଂଘର୍ଷର କଥା ଆମେ ଦେଖାଇ ଥିଲୁ। ସେଠାରେ ରହୁଥିବା ଖୀରବତୀ ରଣା, ତାଙ୍କ ଭଉଣୀ ନିରବତୀ ରଣା ଓ ସାନ ଭାଇ ହେମନ୍ତ ରଣା ଗୋଟିଏ ବର୍ଷରେ ତାଙ୍କ ପରିବାରର ସମସ୍ତଙ୍କୁ ହରାଇ ଥିଲେ। ଦଇବ ନିଷ୍ଠୁର ହୋଇ ପ୍ରଥମେ ତାଙ୍କ ମାଙ୍କ ହାତ ଏମାନଙ୍କ ମୁଣ୍ଡ ଉପରୁ ଛଡାଇ ନେଇଥିଲା। ସେହିପରି ଛ ମାସ ପୂର୍ବରୁ ପୁଣି ତାଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇ ଯାଇଥିଲା। ତେବେ ଏହି ତିନି ଭାଇ ଭଉଣୀ ତାଙ୍କ ବୁଢ଼ୀ ଆଇ ପାଖରେ ରହି ଆସୁଥିଲେ। ହେଲେ ପୁଣି ଦୁଇ ମାସ ପୂର୍ବରୁ ତାଙ୍କର ଆଇଙ୍କ ମଧ୍ୟ ମୃତ୍ୟୁ ଘଟି ଥିଲା।

ତେବେ ଗୋଟିଏ ବର୍ଷରେ ହସ ଖୁସିରେ କଟୁଥିବା ଏମାନଙ୍କର ବାଲ୍ୟ ଅବସ୍ଥା ଦୁଃଖର ଘନ ଅନ୍ଧାର ବାଦଳ ତଳେ ରହି ଯାଇଥିଲା। ଥିଲା ତ କେବଳ ଭୋକ ଓ ଆଖିରେ ଲୁହ। ତେବେ ବଡ ଭଉଣୀ ମାନସିକ ଅନଗ୍ରସର ଥିଲେ ମଧ୍ୟ ବାହାରକୁ ଦିନ ମଜୁରିଆ ପାଇଁ ପାଦ କାଢ଼ିଥିଲେ। ସେହିପରି ଛୋଟ ନାବାଳିକା ଭଉଣୀ ନିରବତୀ ରଣା ଟଙ୍କା ଓ ପେଟକୁ ଦାନା ଯୋଗାଡ଼ ପାଇଁ ଗାଁ ଲୋକଙ୍କ ସହ ଦାଦନ ଖଟି ପଳାଇଲେ। ଏପଟେ ଏଠି ଭଙ୍ଗା ଦଦରା ମାଟି ଛପର ଘରେ ଏଠୁ ସେଠୁ ସାହାଯ୍ୟ ମାଗି ଦୁଇ ଭାଇ ଭଉଣୀ ଅତି କଷ୍ଟରେ ରହୁଥିଲେ। ତେବେ ଏହାର ସ୍ୱତନ୍ତ୍ର ଖବର ଆମେ ପ୍ରସାରଣ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ।

ଫଳରେ ଏନେଇ ବଲାଙ୍ଗୀର ଶିଶୁ ସୁରକ୍ଷା ବିଭାଗ ଏଥିରେ ତ୍ୱରିତ ପଦକ୍ଷେପ ନେଇଥିଲା। ତେବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଖବର ପାଇ ଏଥିରେ ତୁରନ୍ତ ପଦକ୍ଷେପ ନେଇ ଏକ ଟିମ ସମ୍ପୃକ୍ତ ଗାଁ କୁ ପଠାଇଥିଲେ। ସେହି ଟିମ ସେଠି ଯାଇ ତଦନ୍ତ କରିବା ସହ ଛୋଟ ବାଳକ ହେମନ୍ତ ରଣା କୁ ସେଠୁ ଉଦ୍ଧାର କରିଛନ୍ତି । ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରିବା ପରେ ତାଙ୍କୁ ବଲାଙ୍ଗୀର ପାର୍ବତୀ ଗିରି ବାଳ ନିକେତନରେ ଥଇଥାନ କରା ଯାଇଛି। ଯେଉଁଠି ସେ ଭଲ ଶିକ୍ଷା ପାଇବ ଓ ଭଲ ମଣିଷ ହେବ ବୋଲି ବଲାଙ୍ଗୀର ଡି ସି ପି ଓ ଲକ୍ଷ୍ମୀ ସିଂ କହିଛନ୍ତି। ସେହିପରି ଦାଦନ ଖଟି ଯାଇଥିବା ବାଳିକା କୁ ମଧ୍ୟ ଖୁବ ଶୀଘ୍ର ଉଦ୍ଧାର କରାଯିବା ଓ ତାର ମଧ୍ୟ ଥଇଥାନ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.