ETV Bharat / state

BJP ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା, 2ଗିରଫ ପରେ ବିଜେପି ଓ ବିଜେଡି ମୁହାଁମୁହିଁ

author img

By

Published : Dec 14, 2022, 9:39 PM IST

Updated : Dec 14, 2022, 10:52 PM IST

Egg hurled on BJP MLA Vehicle BJD hold a press meet against BJP
BJP ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା, ପାଲଟା ଅଭିଯୋଗ ଆଣିଲା BJD

ଡିସେମ୍ବର ୧୩ ତାରିଖରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢ଼ନ୍ତୁ

BJP ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା, ପାଲଟା ଅଭିଯୋଗ ଆଣିଲା BJD

ବଲାଙ୍ଗୀର : ବିଜେପି ବିଧାୟକଙ୍କୁ ଅଣ୍ଡା ମାଡ ଘଟଣାକୁ ନେଇ ଆଜି ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ବିଜେପି ଦଳ । ସେଠାରେ ଆକ୍ରମଣକାରୀ ଶାସକ ଦଳର ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏହି ଘଟଣାରେ ଜଣେ ପ୍ୟାକ୍ସ ସଭାପତି ଓ ଜଣେ ବିଜେଡ଼ି କର୍ମୀଙ୍କୁ ପୋଲିସ ଗିରଫ କରିଛି । ସେପଟେ ଆଜି ବିଜେଡି ପକ୍ଷରୁ ମଧ୍ୟ ବିଜେପି ବିରୋଧରେ ଏତଲା ଦିଆଯାଇଛି । ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।

ସୂଚନାନୁସାରେ ଗତକାଲି (ମଙ୍ଗଳବାର) ସକାଳ ସମୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବଲାଙ୍ଗୀର ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ଗ୍ରାମକୁ ଏକ ବ୍ରିଜ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଯାଇଥିଲେ । ସେଠି ତାଙ୍କୁ ବିଜେଡି କର୍ମୀ କଳାପତାକା ଦେଖାଇ ଥିଲେ। ଏହାକୁ ବିଜେପି କର୍ମୀ ବିରୋଧ କରିବାରୁ ବିଜେଡି ଓ ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଖାଲି ସେତିକି ନୁହେଁ ବିଧାୟକ ମୁକେଶ ମହାଲିଙ୍ଗ ପୁଇଁତଲା ବ୍ଲକର ବିଭିନ୍ନ ପେକ୍ସ ବୁଲୁଥିବା ବେଳେ ମଧ୍ୟ ତାଙ୍କ ଉପରକୁ ପେକ୍ସ ନିକଟରେ ଅଣ୍ଡା ମାଡ କରାଯିବା ସହ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଧାୟକ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାକୁ ନେଇ ଜିଲ୍ଳା ବିଜେପି ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ପୋଲିସ ବିଜେଡିର ପୁଇଁତଳା ବ୍ଲକର ସଭାପତି ବିଷ୍ଣୁ ପଟେଲଙ୍କ ସହ ପୁଇଁତଲା ପେକ୍ସ ସଭାପତି ସୁରେଶ ନାୟକଙ୍କୁ ଗିରଫ କରିଥିଲା ।

ଏହାମଧ୍ୟ ପଢ଼ନ୍ତୁ. ବିଜେପି ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଜଣେ ପ୍ୟାକ୍ସ ସଭାପତି ଓ ଜଣେ ବିଜେଡି କର୍ମୀ ଅଟକ

ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଚି । ଏହାକୁ ଢାଙ୍କିବା ପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବାର ବିଧାୟକ ମୁକେଶ ମହାଲିଙ୍ଗ ଅଭିଯୋଗ କରିଛନ୍ତି । ସେପଟେ ବିଜେପି ନେତାଙ୍କ ଅଭିଯୋଗକୁ ନେଇ ଜବାବ ରଖିଛନ୍ତି ବିଜେଡି ଯୁବନେତା ନିହାର ରଞ୍ଜନ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ବିଜେଡି ଏକ ଶାନ୍ତି ପ୍ରିୟ ଦଳ । ହିଂସାକୁ କେବେ ପ୍ରଶୟ ଦିଏ ନାହିଁ । ତେବେ ଜନ ସାଧାରଣ ବିଭିନ୍ନ ସ୍ଥାନରେ ବିଧାୟକଙ୍କୁ ବିରୋଧ କରିଥିଲେ । ସମାନ ଭାବରେ ଲୋକ ଉତ୍ୟକ୍ତ ହୋଇ ତାଙ୍କୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି କର୍ମୀ ବିଧାୟକଙ୍କ ଉପସ୍ଥିତିରେ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହାର ସମାଧାନ ପାଇଁ ଯାଇଥିବା ବେଳେ ଦୁଇ ବିଜେଡି କର୍ମୀଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯାଇଛି ।"

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 14, 2022, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.