ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ତଦନ୍ତରେ ଯୋଗଦେଲେ କ୍ରାଇମବ୍ରାଞ୍ଚ ଆଇଜି

author img

By

Published : Dec 23, 2022, 8:26 PM IST

ତଦନ୍ତରେ ଯୋଗଦେଲେ କ୍ରାଇମବ୍ରାଞ୍ଚ ଆଇଜି
ତଦନ୍ତରେ ଯୋଗଦେଲେ କ୍ରାଇମବ୍ରାଞ୍ଚ ଆଇଜି

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି CID କ୍ରାଇମବ୍ରାଞ୍ଚ । ଶୁକ୍ରବାର ତଦନ୍ତରେ ଯୋଗଦେଲେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ଗୋବିନ୍ଦ ସାହୁ ରହୁଥିବା ୱାର୍ଡରୁ କିଛି ହାତ ଲେଖା କାଗଜ ଜବତ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହା ଗୋବିନ୍ଦର ହାତଲେଖା କି ନାହିଁ ସ୍ପଷ୍ଟ ହୋଇନାହିଁ । ଅଧିକ ପଢ଼ନ୍ତୁ

ତଦନ୍ତରେ ଯୋଗଦେଲେ କ୍ରାଇମବ୍ରାଞ୍ଚ ଆଇଜି

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାର ତଦନ୍ତ କରୁଛି CID କ୍ରାଇମବ୍ରାଞ୍ଚ । ଶୁକ୍ରବାର କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ବଲାଙ୍ଗୀର କଣ୍ଟାବାଞ୍ଜିରେ ଆସି ତଦନ୍ତରେ ଯୋଗ ଦେଇଛନ୍ତି । ଗୋବିନ୍ଦ ସାହୁ ରହୁଥିବା ୱାର୍ଡରୁ କିଛି ହାତ ଲେଖା କାଗଜ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହାସହ ଜେଲର ସିସିଟିଭି ଫୁଟେଜ ଜବତ କରି ତାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି ।

ଗୋବିନ୍ଦ ସାହୁ ଗତ ଡିସେମ୍ବର ୨୦ ତାରିଖ (ମଙ୍ଗଳବାର) ବଲାଙ୍ଗୀର କଣ୍ଟାବାଞ୍ଜି ଜେଲ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ସେପଟେ କିନ୍ତୁ ପରିବାର ଲୋକେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ହାଜତ ମୃତ୍ୟୁ ପାଇଁ ଥିବା ଭାରତ ସର୍ବୋଚ୍ଚ ନ୍ୟାୟାଳୟ ଓ ଏନଏଚଆରସିର ସ୍ଵତନ୍ତ୍ର ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚର ୧୦ ଜଣିଆ ସ୍ବତନ୍ତ୍ର ଟିମ ବଲାଙ୍ଗୀରରେ ବୁଧବାର ଠାରୁ ଆସି ତଦନ୍ତ ଆରମ୍ଭ ଆରମ୍ଭ କରିଛନ୍ତି । ଏହି ଟିମ କଣ୍ଟାବାଞ୍ଜି ଜେଲ ଯାଇ ମୃତଦେହ ମିଳିଥିବା ସ୍ଥାନର ଝରକାର ତଦାରଖ କରିଥିଲେ । ଏଥି ସହ କାଠ ଗଣ୍ଡି, ଗାମୁଛା ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

ତେବେ ଆଜି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ବଲାଙ୍ଗୀର କଣ୍ଟାବାଞ୍ଜିରେ ଆସି ପହଞ୍ଚି ନିଜେ ତଦନ୍ତରେ ସାମିଲ ହୋଇଛନ୍ତି । ଆଜିର ତଦନ୍ତ ବେଳେ ଗୋବିନ୍ଦ ସାହୁ ରହୁଥିବା ୱାର୍ଡରୁ କିଛି ହାତଲେଖା କାଗଜ ପତ୍ର କ୍ରାଇମବ୍ରାଞ୍ଚ ଜବତ କରିଛି । ତେବେ ତାହା ଗୋବିନ୍ଦ ସାହୁ ଲେଖିଥିଲେ ନା ଆଉ କେହି, ତାର ଯାଞ୍ଚ ପାଇଁ ହେଣ୍ଡ ରାଇଟିଂ ଏକ୍ସପର୍ଟ (Hand Writing Expert) ପାଖକୁ ପଠାଇଛି । ଏହାଛଡା କ୍ରାଇମବ୍ରାଞ୍ଚ ଟିମ ମୃତ୍ୟୁ ସ୍ଥାନରୁ ଜବତ କରିଥିବା ଗାମୁଛା ଓ କାଠ ଗଣ୍ଡିକୁ ଫରେନ୍‌ସିକ ଲ୍ୟାବ ପଠାଇଛି । ସେହିପରି ଜେଲର ସିସିଟିଭି ଫୁଟେଜ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରି ତାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.