ETV Bharat / state

କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

author img

By

Published : Mar 2, 2021, 7:20 AM IST

କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ
କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗୀର: ବର୍ତ୍ତମାନ ଦେଶର କୋରୋନାର ଦ୍ବିତୀୟ ଲହରୀ ଦେଖିବାକୁ ମଳିଛି । ତେବେ ଜିଲ୍ଲାରୁ ଲକ୍ଷାଧିକ ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଏମାନେ ପୁଣି ବଲାଙ୍ଗୀର ଫେରିବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲାରେ ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଜିଲ୍ଲାରୁ ବିଶେଷ କରି ବାହାର 5ଟି ରାଜ୍ୟରେ ଏବେ କୋରୋନା ସଂକ୍ରମଣ ବଢିଛି ଏବଂ ଏହି ରାଜ୍ୟ ଭିତରେ ମହାରାଷ୍ଟ୍ର, ଛତିଶଗଡ଼, କେରଳ, ପଞ୍ଜାବ ଓ ଆନ୍ଧ୍ର ଭଳି ରାଜ୍ୟରୁ ପ୍ରବାସୀ ଶ୍ରମିକ ଜିଲ୍କାକୁ ଫେରିବେ । ତେବେ ଏଥିରେ ପୁଣି ବଲାଙ୍ଗୀରରେ କୋରୋନା ଦ୍ଵିତୀୟ ଲହରୀ ଆରମ୍ଭ ହେବାର ସମ୍ଭାବନା ଦେଖାଦେଇଛି। ଏଣୁ ରାଜ୍ୟ ସରକାରଙ୍କ ନିୟମାବଳୀ ଓ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଜିଲ୍ଲାର ସବୁ ରେଳ ଷ୍ଟେସନରେ ଯାତ୍ରୀଙ୍କ ରେଜିଷ୍ଟ୍ରେସନ ଓ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏବେ ପ୍ରସାଶନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ସୋମବାର ଜିଲ୍ଲା ପ୍ରଶାସନର ଉପଜିଲ୍ଲାପାଳ, ପୌରପାଳିକା, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ରେଳଷ୍ଟେସନ ଯାଇ ଯାଞ୍ଚ କରିଛନ୍ତି। ଷ୍ଟେସନରେ ରେଜିଷ୍ଟ୍ରେସନ ତଥା ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ବୁଝିବା ସହିତ ବୁଲି ଦେଖିଛନ୍ତି । ତେବେ ଜିଲ୍ଲାରେ ପୁଣି କୋରୋନା ନ ବ୍ୟାପିବା ପାଇଁ ଜିଲ୍ଲାବାସୀ ସଜାଗ ରହିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.