ETV Bharat / state

ବଲାଙ୍ଗୀରେ କଂଗ୍ରେସର ବିରାଟ ଚାଷୀ ସମାବେଶ, ୯ ଦଫା ଦାବି ନେଇ ରାସ୍ତାରେ ରୋକ

author img

By ETV Bharat Odisha Team

Published : Dec 13, 2023, 8:13 PM IST

ବଲାଙ୍ଗୀରେ କଂଗ୍ରେସର ବିରାଟ ଚାଷୀ ସମାବେଶ, ୯ ଦଫା ଦାବି ନେଇ ରାସ୍ତାରେ ରୋକ
ବଲାଙ୍ଗୀରେ କଂଗ୍ରେସର ବିରାଟ ଚାଷୀ ସମାବେଶ, ୯ ଦଫା ଦାବି ନେଇ ରାସ୍ତାରେ ରୋକ

Congress farmers rally: ବଲାଙ୍ଗୀର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଯଥା ଶୀଘ୍ର ସହାୟତା ରାଶି ପ୍ରଦାନ କରିବା ସହ ଧାନ ମଣ୍ଡି ଖୋଲିବା ପାଇଁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ବଲାଙ୍ଗୀରେ କଂଗ୍ରେସର ବିରାଟ ଚାଷୀ ସମାବେଶ, ୯ ଦଫା ଦାବି ନେଇ ରାସ୍ତାରେ ରୋକ

ବଲାଙ୍ଗୀର: ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ନେଇ ଗର୍ଜିଛି କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଠାରେ ଏକ ବିରାଟ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ତେବେ ଚାଷୀଙ୍କ 9 ଦଫା ଦାବି ପୂରଣ ନେଇ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲା । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଚାଷୀମାନେ ବହୁ କ୍ଷତି ସହିଛନ୍ତି । ତେଣୁ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଛି କଂଗ୍ରେସ । ଏହାସହ ଜିିଲ୍ଲାରେ ମାତ୍ର କିଛି ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିବାବେଳେ ସବୁ ସ୍ଥାନରେ ମଣ୍ଡି ଖୋଲିବା ପାଇଁ ଦାବି କରିଛି ଦଳ । ବଲାଙ୍ଗୀର କଂଗ୍ରେସ ଭବନରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହାସହ ଜିଲ୍ଲାପାଳଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ଶହ ଶହ ଚାଷୀ ସାମିଲ ହୋଇଥିଲେ । ତେବେ ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତିଙ୍କ ସମେତ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଯୁବ କଂଗ୍ରେସ ନେତା ତଥା ଏଆଇ ସିସି ସଦସ୍ୟ ସୋମେନ୍ଦ୍ର ମିଶ୍ରଙ୍କ ସହ କଂଗ୍ରେସ ବହୁ ନେତା ସାମିଲ ହୋଇଥିଲେ ।


ଏହା ମଧ୍ୟ ପଢନ୍ତୁ.....ଅମ୍ବାଭୋନାରେ ବିରାଟ କୃଷକ ସମାବେଶ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ତେବେ ଏଆଇସିସି ସଦସ୍ୟ ସୋମେନ୍ଦ୍ର ମିଶ୍ର କହିଛନ୍ତି," ସରକାର ସବୁ ବର୍ଷ ଚାଷୀଙ୍କୁ ଠକି ଆସିଛନ୍ତି । ଏଥର ମଧ୍ୟ ସମାନ ପରିସ୍ଥିତି ରହିଛି । ସେପଟେ ଏଥର ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି । ଏବଂ ଚାଷୀଙ୍କୁ ଶୀଘ୍ର ଇସୁରେନ୍ସ ଟଙ୍କା ଓ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ।" ସେହିପରି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ,"ଚାଷୀଙ୍କ ପାଇଁ ଆଜି ଏହି ଆନ୍ଦୋଳନ ଓ ଚାଷୀ ସମାବେଶ କରିଛି କଂଗ୍ରେସ । ଏହାସହ କୃଷକମାନଙ୍କ ସମସ୍ୟାକୁ ନେଇ 9ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ଏଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3 500 ଟଙ୍କା କରିବା, ଧାନରେ କଟନୀଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ଅଦିନିଆ ବର୍ଷାରେ କ୍ଷତି ସହିଥିବା ଚାଷୀଙ୍କୁ ଶୀଘ୍ର କ୍ଷତି ପୂରଣ ଯୋଗାଇ ଦେବା ଭଳି ମୁଖ୍ୟ ଦାବି ସେ ସରକାରଙ୍କ ପାଖରେ ଉପସ୍ଥାପିତ କରିଛନ୍ତି । "

ଇଟିଭି ଭାରତ, ବଲାଙ୍ଗୀର



ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.