ETV Bharat / state

ବଲାଙ୍ଗୀର ଗୋଷ୍ଠୀ ସଂଘର୍ଷରେ 2 ମୃତ, ପୋଲିସ ଫୋର୍ସ ମୁତୟନ

author img

By

Published : Jan 24, 2021, 6:03 PM IST

Updated : Jan 24, 2021, 7:15 PM IST

ବଲାଙ୍ଗୀରରେ ଗୋଷ୍ଠୀ ସଙ୍ଘର୍ଷ: 2 ମୃତ, ପୋଲିସ ଫୋର୍ସ ମୁତୟନ
ବଲାଙ୍ଗୀରରେ ଗୋଷ୍ଠୀ ସଙ୍ଘର୍ଷ: 2 ମୃତ, ପୋଲିସ ଫୋର୍ସ ମୁତୟନ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଲାଙ୍ଗୀରରେ 2 ଜଣଙ୍କୁ ହତ୍ୟା । ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ । ଅଧିକ ପଢନ୍ତୁ....

ବଲାଙ୍ଗୀର: ଗୋଷ୍ଠୀ ସଂଘର୍ଷକୁ ନେଇ ଦୁଇଜଣଙ୍କୁ ହତ୍ୟା ପରେ ସମ୍ପୃକ୍ତ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ଗାଁରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ମାମଲାରେ ସମ୍ପୃକ୍ତ 5 ଜଣଙ୍କୁ ଥାନାରେ ଅଟକ ରଖାଯାଇ ଥିବାବେଳେ ଏଯାଏଁ କେହି ଗିରଫ ହୋଇନଥିବା ଜଣାପଡିଛି ।

ବଲାଙ୍ଗୀର ଗୋଷ୍ଠୀ ସଂଘର୍ଷରେ 2 ମୃତ, ପୋଲିସ ଫୋର୍ସ ମୁତୟନ

ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ଜରସିଙ୍ଗା ଗ୍ରାମର ଧନାମତ ରାଉତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହରିଜନ ପଡାର କର୍ଣ୍ଣ ସୁନା ଏବଂ ଶ୍ରୀପତି ବେଶ୍ରୀଆଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀପତିଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟ ଗୋଷ୍ଠୀର ଅର୍ଥାତ ହରିଜନ ପଡାର ଶତାଧିକ ଲୋକେ ଧନମତ ରାଉତଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ । ଏଥିରେ ଧନମତଙ୍କର ମୃତ୍ୟୁ ହୋଇଛି । ଅନୟପଟେ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପୋଲିସ ମାମଲାର ତଦନ୍ତ କରି 5 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେବାରୁ ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Jan 24, 2021, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.