ETV Bharat / state

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କଲେ କିସ ବିଦ୍ୟାଳୟ

author img

By

Published : Feb 15, 2020, 7:57 PM IST

_CM inagurate another KISS campus in balangir
ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରରେ ଉଦଘାଟିତ ହୋଇଛି କିସର ଆଉ ଏକ କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତ କରି ଏହି ଆଦିବାସୀ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଜିଲ୍ଲାରେ ଉଦଘାଟିତ ହୋଇଛି କିସର ଆଉ ଏକ କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତ କରି ଏହି ଆଦିବାସୀ ବିଦ୍ୟାଳୟ ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଛନ୍ତି ।

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ

ମୋତିଲାଲ ଓଶ୍ବାଳ କିସ୍ ଆବାସିକ ବିଦ୍ୟାଳୟ ଓ 50 ସଂଖ୍ୟା ବିଶିଷ୍ଟ ଡାକ୍ତରଖାନାରେ ଉଦଘାଟନ କରାଯାଇଛି । ରାଜୀବ ନଗର ପାଖରେ ଥିବା ଏହି ବିଦ୍ୟାଳୟରେ ଜିଲ୍ଲାର 1500 ଛାତ୍ରଛାତ୍ରୀ ଚଳିତ ବର୍ଷ ଶିକ୍ଷା ଅଧିବେଶନରେ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢିବେ ।

ସମାନ ଭାବରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା 50 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ ଏ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ବୋଲି କିସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସାଧାରଣ ସଭାରେ ଉଦବୋଧନ ଦେଇ ଶିକ୍ଷା ହିଁ ସମାଜକୁ ଆଗକୁ ବଢାଇଥାଏ ବୋଲି କହିଛନ୍ତି । ରାଜ୍ୟରେ ଏଯାଏଁ ଆଦିବାସୀ ମାନଙ୍କ ପାଇଁ 6 ହଜାର 5 ଶହ ଆବାସିକ ବିଦ୍ୟାଳୟ ଖୋଲିଥିବା କହିଛନ୍ତି । ଏଥିରେ 6 ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଏହାସହ କେନ୍ଦ୍ରୀୟ ଢାଞ୍ଚାରେ 30ଟି ଜିଲ୍ଲାରେ ମଡେଲ ସ୍କୁଲ ଖୋଲାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଛନ୍ତି । ତେବେ ଏହି ସାଧାରଣ ସଭାରେ ଜିଲ୍ଲାର 10 ହଜାର ଆଦିବାସୀ ଅଂଶ ଗ୍ରହଣ କରିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.