ETV Bharat / state

ବଙ୍ଗୋମୁଣ୍ଡାରେ ସରିଲା ଧନୁଯାତ୍ରା: ରଙ୍ଗମଞ୍ଚରେ ଚାଲିଥିଲା କଂସ ମହାରାଜଙ୍କ ରାଜୁତି

author img

By

Published : Nov 10, 2022, 10:07 AM IST

ବଙ୍ଗୋମୁଣ୍ଡାରେ ସରିଲା ଧନୁଯାତ୍ରା : ରଙ୍ଗମଞ୍ଚରେ ଚାଲିଥିଲା କଂସ ମହାରାଜଙ୍କ ରାଜୁତି
ବଙ୍ଗୋମୁଣ୍ଡାରେ ସରିଲା ଧନୁଯାତ୍ରା : ରଙ୍ଗମଞ୍ଚରେ ଚାଲିଥିଲା କଂସ ମହାରାଜଙ୍କ ରାଜୁତି

ବଲାଙ୍ଗୀରର ବଙ୍ଗୋମୁଣ୍ଡା ବ୍ଲକରେ 36ତମ ଧନୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଧନୁଯାତ୍ରାରେ ଖୋଲା ରଙ୍ଗମଞ୍ଚରେ କଂସ ମହାରାଜଙ୍କ ଚାଲିଥିଲା ରାଜୁତି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରର ବଙ୍ଗୋମୁଣ୍ଡା ବ୍ଲକରେ 36ତମ ଧନୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଧନୁଯାତ୍ରାରେ ଖୋଲା ରଙ୍ଗମଞ୍ଚରେ କଂସ ମହାରାଜଙ୍କ ଚାଲିଥିଲା ରାଜୁତି। ମହାରାଜ କଂସଙ୍କ ରାଜୁତିରେ ଥରହର ହେଉଥିଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା । ମଥୁରା ନଗରୀ ପାଲଟିଥିଲା ବଙ୍ଗୋମୁଣ୍ଡା । ବିପୁଳ ଜନସମାଗମ ସହ ପାରମ୍ପାରିକ ଲୋକ ନୃତ୍ୟ ଗୀତ ଓ ବାଦ୍ୟ ସହିତ ଜମିଥିଲା ଧନୁ ଯାତ୍ରା । ଯାହା ଆଜି କଂସ ବଦ୍ଧ ପରେ ଏହା ସମ୍ପର୍ଣ୍ଣ ହୋଇଛି ।

ବଙ୍ଗୋମୁଣ୍ଡାରେ ସରିଲା ଧନୁଯାତ୍ରା : ରଙ୍ଗମଞ୍ଚରେ ଚାଲିଥିଲା କଂସ ମହାରାଜଙ୍କ ରାଜୁତି

ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । କଂସ ଦରବାରରେ ପରିବେଷଣ କରାଯାଇଥିଲା ନାନା ସାଂସ୍କୃତିକ କାର‌୍ୟ୍ୟକ୍ରମ । ଓଡ଼ିଶାରେ ରଙ୍ଗମଞ୍ଚର ସ୍ବତନ୍ତ୍ର ମହତ୍ତ୍ଵ ଥିବା ବେଳେ ଏହା ଲୋକଙ୍କୁ ଏକତା ଡୋରୀରେ ମଧ୍ୟ ବାନ୍ଧିବାରେ ସହାୟକ ହୋଇଥାଏ । ଖୋଲା ମଞ୍ଚରେ କଂସଙ୍କ ଅଭିନୟ ଲୋକଙ୍କୁ ସତରେ ବିମୋହିତ କରିଥିଲା । ସମାନ ଭାବରେ ପାରମ୍ପରିକ ଲୋକ ନୃତ୍ୟ ଗୀତ ବାଦ୍ୟ ମଧ୍ୟ ଲୋକଙ୍କ ମନକୁ ବେଶ୍ ଜିଣି ଥିବାବେଳେ ସ୍ଥାନୀୟ କଳାକାର ମାନେ ମଧ୍ୟ ଏହି ସୁଯୋଗ ପାଇ ଖୁବ୍ ଖୁସି ହୋଇଛନ୍ତି । ଏହି ଯାତ୍ରାରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଓ ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ ।

ଏ ସମ୍ପର୍କରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ''ବଙ୍ଗୋମୁଣ୍ଡାରେ ୩୬ତମ ଧନୁଯାତ୍ରା ମହୋତ୍ସବ ପାଳନ ହେଉଛି । ୩୬ ବର୍ଷ ହେଲା ଏହି ଯାତ୍ରା ପ୍ରାୟ ସବୁ ବର୍ଷ ହେଉଛି । ଏଥିରେ ସ୍ଥାନୀୟ କଳାକାରଙ୍କୁ ଅଭିନୟ କରିବାର ସୁଯୋଗ ମିଳୁଛି । ଯାହାପାଇଁ ସେମାନେ ଦୁଇପଇସା ରୋଜଗାର କରିପାରିବେ । ତେବେ ପ୍ରତିବର୍ଷ ଏଠାରେ ଧନୁଯାତ୍ରା ହେଉଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହେଉଛି ।''

ସେହିପରି ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି, ''ଆମର ଲୋକଙ୍କ ଭିତରେ ପଶ୍ଚିମ ଓଡ଼ିଶାବାସୀଙ୍କ ଭିତରେ ଏକତା ଓ ଭାଇଚାରା ରହିଛି । ଏହି ଯାତ୍ରା ମାଧ୍ୟମରେ ଶାନ୍ତି, ମୈତ୍ରୀର ବାର୍ତ୍ତା ପହଞ୍ଚାଉଛି । ଆମ ବିଭିନ୍ନତା ମଧ୍ୟରେ ଏକତା, ଆମର ଲୋକ କଳା, ଲୋକବାଦ୍ୟ ଓ ଲୋକ ନୃତ୍ୟକୁ ପ୍ରୋତ୍ସାହଲ ଦେବା ଲାଗି ଏହା ଏକ ଭଲ ମାଧ୍ୟମ । ଏହି ଯାତ୍ରା ମାଧ୍ୟମରେ ଅନେକ କଳାକାର ମଧ୍ୟ ଭଲ ରୋଜଗାର କରୁଛନ୍ତି । ଯାହାଫଳରେ ତାଙ୍କ ପରିବାର ମଧ୍ୟ ସୁରୁଖୁରରେ ଚଳୁଛି । ସବୁଠି ବଡ଼ କଥା ହେଲା ଏଥିରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ମିଳୁଛି ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.