ETV Bharat / state

ପଦାରେ ପଡିଲା ଭୀମ ଭୋଇ ମେଡିକାଲରେ ଲାଞ୍ଚ କାରବାର ଘଟଣା

author img

By ETV Bharat Odisha Team

Published : Oct 16, 2023, 2:19 PM IST

Bhima bhoi medical bribe video
ଭୀମ ଭୋଇ ମେଡିକାଲରେ ଲାଞ୍ଚ କାରବାର

ଭୀମ ଭୋଇ ମେଡିକାଲରେ ଲାଞ୍ଚ କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି । ସମ୍ପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିବିଏମସିଏଚ୍‌ ସୁପରିଣ୍ଡେଣ୍ଟ । ଅଧିକ ପଢନ୍ତୁ

ଭୀମ ଭୋଇ ମେଡିକାଲରେ ଲାଞ୍ଚ କାରବାର

ବଲାଙ୍ଗୀର: ମେଡିକାଲରେ ଲାଞ୍ଚ କାରବାର । ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାର ପିଛା ଛାଡୁନାହିଁ ବିବାଦ । ପୁଣି ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଲାଞ୍ଚ କାରବାର ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାରେ ସମ୍ପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିବିଏମସିଏଚ ସୁପରିଣ୍ଡେଣ୍ଟ ପ୍ରଫେସର ମାନସୀ ପଣ୍ଡା ।

ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ ଭୀମ ଭୋଇ ମେଡିକାଲ । କେତେବେଳେ ଚିକିତ୍ସା ଅବହେଳା ତ କେତେବେଳେ ଡ଼ାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମନମାନି ଇତ୍ୟାଦିକୁ ନେଇ ସବୁ ବେଳେ ଏହି ଡାକ୍ତରଖାନା ବିବାଦ ମଧ୍ୟରେ ରହିଛି । ସେହିପରି ରୋଗୀଠୁ ଟଙ୍କା ଆଦାୟ କରିବାର ମଧ୍ୟ ଅନେକ ଅଭିଯୋଗ ହୋଇଆସୁଛି । ତେବେ ପୂର୍ବରୁ ଅନେକ ଥର ରୋଗୀଙ୍କଠୁ ଲାଞ୍ଚ ନେଇ ଡାକ୍ତର ତଥା ଅନ୍ୟ କର୍ମଚାରୀମାନେ ବିଦା ହୋଇ ସାରିଛନ୍ତି । ଏହା ସତ୍ତ୍ବେ ବି ଏଠି ଲାଞ୍ଚ କାରବାର ଥମିବାର ନାଁ ନେଉନାହିଁ । ଡାକ୍ତରଖାନାରେ ଲାଞ୍ଚ କାରବାର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ନର୍ସ ଓ କିଛି କର୍ମଚାରୀ ଲାଞ୍ଚରେ ମିଳିଥିବା ଟଙ୍କା ଭାଗବଣ୍ଟା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ଶିଶୁ ବିଭାଗର ବୋଲି ଜଣାପଡ଼ିଛି ।

ଭିଡିଓରେ ଜଣେ ନର୍ସ ଅନ୍ୟ କର୍ମଚାରୀଙ୍କୁ ପ୍ରସୂତି ପରେ ମିଳିଥିବା ଟଙ୍କା ଭାଗ ବଣ୍ଟା କରୁଥିବାର ଦେଖିବାକୁ ମିଳିଛି । ନର୍ସ ଜଣକ ବିଭିନ୍ନ ପ୍ରସୂତି ମହିଳାଙ୍କଠାରୁ 3 ଶହ, ହଜାର ଇତ୍ୟାଦି ଟଙ୍କା ମିଳିତ ଥିବାର କହୁଥିବାବେଳେ ତାଙ୍କୁ ସେ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଟଙ୍କା ଦେଇ ଦେବାର କଥା କହୁଛନ୍ତି । ଟଙ୍କା ସେ ଅନ୍ୟ କର୍ମଚାରୀଙ୍କୁ ଦେଉଥିବାର ସ୍ପଷ୍ଟ ଜଣା ପଡ଼ିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବିଏମସିଏଚ୍ ଡାକ୍ତରଖାନା ସୁପରିଟେଣ୍ଡଣ୍ଟ ପ୍ରଫେସର ଡାକ୍ତର ମାନସୀ ପଣ୍ଡା କହିଛନ୍ତି ଯେ, ଏହି ଭିଡିଓ ସମସ୍ତଙ୍କୁ ଲଜ୍ଜିତ କରିଛି । ସଂପୃକ୍ତ ଘଟଣା ପରେ ଏଥିରେ ସାମିଲ ଥିବା ନର୍ସଙ୍କୁ ଅନ୍ୟ ବିଭାଗକୁ ବଦଳି କରା ଯାଇଛି । ସେହିପରି ତାଙ୍କ ନାମରେ ଅଭିଯୋଗ ପତ୍ର ଉପୋରକ୍ତ ଅଧିକାରୀଙ୍କୁ ପ୍ରଦାନ କରା ଯାଇଯାଇଛି । ଉପରୋକ୍ତ ଅଧିକାରୀ ଯାହା ନିର୍ଦ୍ଦେଶ ଦେବେ ତଦ୍ ଅନୁସାରେ ପଦକ୍ଷେପ ନିଆ ଯିବ ।"

ଏହା ବି ପଢନ୍ତୁ...ବଲାଙ୍ଗୀରରେ ହେବ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ

ସେ ଆହୁରି କହିଛନ୍ତି, ''ଡାକ୍ତରଖାନାରେ ଲୋକଙ୍କୁ ଭଲ ବ୍ୟବହାର ଦେବା ଇତ୍ୟାଦିକୁ ନେଇ ବାରମ୍ବାର ତାଗିଦ କରାଯାଉଛି । ଏହା ସତ୍ତ୍ବେ ନର୍ସ ଜଣକ ଏଭଳି କାମ କରିବାକୁ କେବେ ଗ୍ରହଣ କରାଯିବ ନାହିଁ । ତାଙ୍କ ବିରୋଧରେ ନିହାତି କାର୍ଯ୍ୟାନୁଷ୍ଠାନ ହେବ । ଯେଉଁମାନେ ଏପରି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋ ହସ୍ପିଟାଲରେ ଏପରି ହେବା ଗ୍ରହଣ କରାଯିବ ନାହିଁ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.