ETV Bharat / state

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା' ସମଲେଇ

author img

By ETV Bharat Odisha Team

Published : Oct 16, 2023, 8:53 PM IST

ମା' ଜଗତଜନନୀ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ବଲାଙ୍ଗୀର ମା' ସମଲେଇଙ୍କ ମନ୍ଦିର । ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା' । ଆଜି ବ୍ରହ୍ମଚାରିଣୀ ବେଶରେ ଦେଉଛନ୍ତି ଦର୍ଶନ ଦେଇଛନ୍ତି ମା' ସମଲେଇ । ଅଧିକ ପଢ଼ନ୍ତୁ

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା' ସମଲେଇ
ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା' ସମଲେଇ

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା' ସମଲେଇ

ବଲାଙ୍ଗୀର: ଆରମ୍ଭ ହୋଇଯାଇଛି ନବରାତ୍ରୀ । ଶରତର ଶାରଦୀୟ ପୂଜାରେ ଚଳଚଞ୍ଚଳ ଧରାପୃଷ୍ଠ । ମା' ଜଗତଜନନୀ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ବଲାଙ୍ଗୀର ମା' ସମଲେଇଙ୍କ ମନ୍ଦିର । ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା' । ଆଜି ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି ମା' ସମଲେଇ ।

ଶକ୍ତି ରୂପେଣ ମା' ଦୂର୍ଗାଙ୍କ ଚାଲିଛି ନବ ଦିନାତ୍ମକ ପୂଜା । ଭକ୍ତି ଓ ଶ୍ରଦ୍ଧାର ମହୋଲରେ ସରବୋର ହୋଇଛି ବଲାଙ୍ଗୀର ସହର । ସେପଟେ ମା' ସମଲେଇଙ୍କ ପୀଠରେ ମଧ୍ୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଯେଉଁଥିରେ ତୃତୀୟ ଦିନରେ ମା' ସମଲେଇ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରୁଦ୍ରାକ୍ଷ ମାଳା ଓ ଶ୍ୱେତ ବେଶରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସେହିପରି ମା'ଙ୍କ ପାଖରେ ମାନସିକ କରି ଅଖଣ୍ଡ ଦୀପ ଜାଳିଛନ୍ତି ଭକ୍ତ । ବଲାଙ୍ଗୀର ସହର ମଧ୍ୟରେ 21ଟି ଦୁର୍ଗା ମଣ୍ଡପ ମଧ୍ୟରୁ ରୁଗୁଡ଼ିଁପଡ଼ା, ଶାନ୍ତି ପଡ଼ା, ପେଳେସ ଲାଇନ୍, ଗାନ୍ଧୀନଗର ପଡ଼ା ଓ ଏବି ଏସ ଏସ ପଡ଼ା ଦୁର୍ଗା ମନ୍ଦିରରେ ମା' ଦୂର୍ଗାଙ୍କ ନବ ଦିନାତ୍ମକ ପୂଜା ଚାଲିଛି । ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି ।

ମା' ସମଲେଇ ପୀଠ ପୂଜକ ଟଙ୍କଧର ଦିଶ୍ରୀ କହିଛନ୍ତି ଯେ, ଆଜି ମା' ସମଲେଇଙ୍କ ନବ ଦିନାତ୍ମକ ପୂଜାର ତୃତୀୟ ଦିନ । ଯେଉଁଥିରେ ମା' ସମଲେଇ ସୃଷ୍ଟିକର୍ତ୍ତା ଭଗବାନ ଶିବଙ୍କୁ ପାଇବା ପାଇଁ ବ୍ରହ୍ମଚାରିଣୀ ବେଶ ଧାରଣ କରିଛନ୍ତି । ଭକ୍ତମାନେ ଆଜି ଧବଳ ବେଶରେ ରୁଦ୍ରାକ୍ଷ ମାଳା ସହିତ ମା'ଙ୍କୁ ଦର୍ଶନ କରୁଛନ୍ତି । ଭକ୍ତମାନେ ମାନସିକ ପୂରଣ ପାଇଁ ଅଖଣ୍ଡ ଦୀପ ଯାଲିଛନ୍ତି । ପାର୍ବଣ ତିଥିରେ ଏଠି ଭିଡ଼ ଜମୁଥିଲେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଭକ୍ତ ମା'ଙ୍କ ଦର୍ଶନ କରୁଛନ୍ତି ସେହିପରି ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥିବାର ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପଶ୍ଚିମ ଓଡିଶାର ଗଡ଼ଜାତ ପର୍ବ ନୂଆଁଖାଇ, ଚୌହାନ ଶାସନ କାଳରୁ ପୂଜା ପାଇ ଆସୁଛନ୍ତି ଦେବୀ ମା' ସମଲେଇ

ସେପଟେ ଆକର୍ଷଣୀୟ ଦୁର୍ଗା ମେଢ଼ ଓ ତୋରଣରେ ଝଲସୁଛି ବଲାଙ୍ଗୀର । ଯେଉଁଥିରେ 21ଟି ଦୁର୍ଗା ପୂଜା କମିଟି ରୀତିନୀତି ଅନୁସାରେ ମା' ଦୁର୍ଗାଙ୍କ ପୂଜା କରୁଛନ୍ତି । ସବୁ କମିଟି ଏଥର ତୋରଣ ସାଜସଜ୍ଜା ସହ ପୂଜା ବିଧିକୁ ଗୁରୁତ୍ଵ ଦେଇଛନ୍ତି । ସେହିପରି ଆଲୋକ ସାଜସଜ୍ଜାରେ ତୋରଣ ଝଲସୁଛି । ବଲାଙ୍ଗୀର ରୁଗୁଡ଼ିପଡ଼ା ପୂଜା କମିଟି ସଭାପତି ଚେତନାନନ୍ଦ ପଣ୍ଡା କହିଛନ୍ତି ଯେ, ଗତ 23 ବର୍ଷ ଧରି ପୂଜା ହୋଇ ଆସୁଅଛି । ଏଥର ମଧ୍ୟ ସେମାନେ ମା'ଙ୍କ ନବ ଦିନାତ୍ମକ ପୂଜା କରୁଛନ୍ତି । ଯେପରି ନିଷ୍ଠାର ସହ ପୂଜା ହେବ ତାକୁ ଗୁରୁତ୍ଵ ଦିଆଯାଉଛି । ସମାନ ଭାବରେ ଆଲୋକ ସଜ୍ଜାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ତେବେ ସବୁ ଦିନ ଚଣ୍ଡୀମନ୍ତ୍ର ପାଠ ହେଉଥିବାରୁ ଏହି ଅବଧିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉ ନାହିଁ । ତେବେ ଦଶମୀ ଦିନ ରାବଣ ପୋଡ଼ି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.