ETV Bharat / state

ଫେରାର୍ ହୋଇ ସ୍କୁଲ୍‌ରେ ରହୁଥିଲେ ପ୍ରେମୀଯୁଗଳ, ମିଳିଲା ପ୍ରେମିକାର ମୃତଦେହ

author img

By

Published : Jan 16, 2022, 9:33 PM IST

ଫେରାର୍ ହୋଇ ସ୍କୁଲ୍‌ରେ ରହୁଥିଲେ ପ୍ରେମୀ ଯୁଗଳ, ମିଳିଲା ପ୍ରେମିକାର ମୃତଦେହ
ଫେରାର୍ ହୋଇ ସ୍କୁଲ୍‌ରେ ରହୁଥିଲେ ପ୍ରେମୀ ଯୁଗଳ, ମିଳିଲା ପ୍ରେମିକାର ମୃତଦେହ

ବିବାହର ପ୍ରତିଶ୍ରୁତି ଦେଇ ଘରୁ ଆଣି ହତ୍ୟା କଲା ପ୍ରେମିକ । ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ବଲାଙ୍ଗୀର: ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ରାଜ୍ୟରେ ପ୍ରତିଦିନ ଖବର ପୃଷ୍ଠା ମଣ୍ଡନ କରୁଛି । ପୁଣି ପ୍ରେମରେ ତିକ୍ତତାକୁ ନେଇ ପ୍ରେମିକ ପ୍ରେମିକାକୁ ହତ୍ୟା କରିଥିବା ଜଣାପଡିଛି । ବଲାଙ୍ଗୀରରୁ ଆସିଛି ଏପରି ଖବର । ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ 10 ତାରିଖରେ ବଲାଙ୍ଗୀର ସିନ୍ଧେକେଲା ଥାନା ଅନ୍ତର୍ଗତ ସୁନ୍ଧିମୁଣ୍ଡା ପ୍ରାଥମିକ ସ୍କୁଲରୁ ଜଣେ ଅପରିଚିତ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା । ତଦନ୍ତ ପରେ ଯୁବତୀ ଜଣକ କଳାହାଣ୍ଡି ଜିଲ୍ଲାର ନିଖୋଜ ସ୍ୱର୍ଣ୍ଣଲତା ସାହୁ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ । ଅଧିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି ।

ଫେରାର୍ ହୋଇ ସ୍କୁଲ୍‌ରେ ରହୁଥିଲେ ପ୍ରେମୀ ଯୁଗଳ, ମିଳିଲା ପ୍ରେମିକାର ମୃତଦେହ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଝିଅ ସ୍ୱର୍ଣ୍ଣଲତା ସାହୁଙ୍କ ସହ ବ୍ରହ୍ମପୁରର ସନ୍ତୋଷ ସାହୁଙ୍କ ପ୍ରେମ ସମ୍ପର୍କ ଥିଲା । ସନ୍ତୋଷ ଜଣେ ଯବାନ ବୋଲି କୁହାଯାଇଛି । ଉଭୟ ବିବାହ ପାଇଁ ଘରେ ପ୍ରସ୍ତାବ ଦେଇଥିଲେ । ପୁଅ ଘର କିନ୍ତୁ ଅଧିକ ଯୌତୁକ ମାଗିବାରୁ ବିବାହ ଭାଙ୍ଗି ଯାଇଥିଲା । ପରେ ଉଭୟ ଫେରାର୍ ହୋଇଯିବାକୁ ମନସ୍ତ କରିଥିଲେ । ସନ୍ତୋଷ ସ୍ବର୍ଣ୍ଣଲତାକୁ ଭବାନୀପାଟଣାରୁ ଆଣି ବଲାଙ୍ଗୀର ବଙ୍ଗୋମୁଣ୍ଡା ରାସ୍ତାରେ ଥିବା ସିନ୍ଧୂମୁଣ୍ଡା ସ୍କୁଲରେ ରଖିଥିଲା ।

ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ଲାଗି ରହିଥିଲା । ଶେଷରେ ସାତ ଜନ୍ମର ସାଥୀ ପାଇଁ କଥା ଦେଇଥିବା ପ୍ରେମିକାକୁ ଜୀବନରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ସନ୍ତୋଷର ମୋବାଇଲ ଟ୍ରାକ୍ କରି ବାହାର ରାଜ୍ୟରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ କୋର୍ଟ ଅଭିଯୁକ୍ତର ଜାମିନ ନାମଞ୍ଜୁର କରିବା ସହ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେପଟେ ଅଭିଯୁକ୍ତ ଜଣକ ଯବାନ କି ନୁହଁ ସେନେଇ ସ୍ପଷ୍ଟ ହୋଇନଥିବା କହିଛନ୍ତି ।


ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.