ETV Bharat / state

ବଲାଙ୍ଗୀର ପହଞ୍ଚିଲା ଭାଷା ସ୍ବାଭିମାନ ଯାତ୍ରା, କୋଶଳୀକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି

author img

By ETV Bharat Odisha Team

Published : Dec 24, 2023, 10:11 PM IST

ବଲାଙ୍ଗୀର ପହଞ୍ଚିଲା ଭାଷା ସ୍ବାଭିମାନ ଯାତ୍ରା, କୋଶଳୀକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି
ବଲାଙ୍ଗୀର ପହଞ୍ଚିଲା ଭାଷା ସ୍ବାଭିମାନ ଯାତ୍ରା, କୋଶଳୀକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି

Bhasa Swabhiman Jatra get support : ପଶ୍ଚିମାଞ୍ଚଳର ଆଞ୍ଚଳିକ ଭାଷା କୋଶଳୀକୁ ମାନ୍ୟତା ଦାବି ନେଇ ଭାଷା ସ୍ବାଭିମାନ ଯାତ୍ରା ଆରମ୍ଭ । ଏହି ଯାତ୍ରା ଦଶଟି ଜିଲ୍ଲା ବୁଲି ଜନମତ ସଂଗ୍ରହ କରିବ । ଅଧିକ ପଢନ୍ତୁ

ବଲାଙ୍ଗୀର ପହଞ୍ଚିଲା ଭାଷା ସ୍ବାଭିମାନ ଯାତ୍ରା, କୋଶଳୀକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି

ବଲାଙ୍ଗୀର: ପଶ୍ଚିମାଞ୍ଚଳର ଆଞ୍ଚଳିକ ଭାଷା କୋଶଳୀକୁ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଛି ଭାଷା ସ୍ବାଭିମାନ ଯାତ୍ରା । ପଶ୍ଚିମାଞ୍ଚଳ ପିପୁଲ ଫୋରମ ପକ୍ଷରୁ ଏହି ସ୍ବାଭିମାନ ଯାତ୍ରା କରାଯାଉଛି୍, ଯାହାର ମଙ୍ଗ ସିନେମା ଅଭିନେତା ମନୋଜ ମିଶ୍ର ଧରିଛନ୍ତି । ନୂଆପଡ଼ାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ବଲାଙ୍ଗୀର ରେ ଆସି ପହଞ୍ଚିଛି । ତେବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏମାନଙ୍କୁ ବଲାଙ୍ଗୀରରେ ସ୍ୱାଗତ ଜଣାଇଛନ୍ତି । ତେବେ ବଲାଙ୍ଗୀରରେ ଏହି ଯାତ୍ରା ଆସିବା ପରେ ଏମାନେ ମା ସମଲେଇ ଓ ମା ପାଟଣେଶ୍ୱରୀଙ୍କ ଦର୍ଶନ କରିଥିଲେ ।

ବିଧାୟକ ମୁକେଶ ମହାଳିଙ୍ଗ କହିଛନ୍ତି, "ଅନେକ ଥର ସେ ଆମର ଆଞ୍ଚଳିକ ଭାଷାକୁ ମାନ୍ୟତା ଦେବା ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ। ସେହିପରି ଅନେକ ଥର ସେ ବିଧାନ ସଭାରେ ମଧ୍ୟ ଏହି ଭାଷାକୁ ମାନ୍ୟତା ଦେବା ସହ ଓଡ଼ିଶାର ଦ୍ଵିତୀୟ ଭାଷା ଘୋଷଣା ପାଇଁ ଦାବି କରିଛନ୍ତି । ହେଲେ ସରକାର ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି । ତେବେ ଓଡ଼ିଶା ଛାଡ଼ି ଦେଲେ ଅନ୍ୟ ରାଜ୍ୟ ମାନଙ୍କରେ ଦ୍ଵିତୀୟ ଭାଷା ସରକାରୀ ଭାବରେ ରହିଛି । ଏପରିକି ଝାଡ଼ଖଣ୍ଡରେ ଓଡ଼ିଆ ଦ୍ୱିତୀୟ ଭାଷାର ମାନ୍ୟତା ପାଇଛି । ହେଲେ ଏଠି କଣ ଅସୁବିଧା ଅଛି ଯେ, ରାଜ୍ୟ ସରକାର ଚୁପ ପଡିଛନ୍ତି ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ତେବେ ରାଜ୍ୟ ସରକାର ସବୁ ବେଳେ ଅଞ୍ଚଳର ଭାଷା ସଂସ୍କୃତି ସବୁକୁ ଅବହେଳା କରି ଆସୁଛନ୍ତି । କେବଳ ଏତିକି ନୁହେଁ ବିକାଶରେ ମଧ୍ୟ ତାରତମ୍ୟ ଦେଖିବାକୁ ମିଳୁଛି । ତେଣୁ ଏହି ଆନ୍ଦୋଳନ ଦ୍ୱାରା ଏମାନେ ସରକାର ଉପରେ ଚାପ ପକାଇବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ସେପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ଏହି ଭାଷାକୁ ମାନ୍ୟତା ଦେବା ପାଇଁ 1999 ମସିହାରେ ପ୍ରସ୍ତାବ ପ୍ରାରିତ ହୋଇଥିଲା ଏବଂ ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଚିଠି ଲେଖି ଚୁପ ପଡ଼ିଥିବାର ସେ କହିଛନ୍ତି । ତେବେ ଏହି ଭାଷାକୁ ମାନ୍ୟତା ପାଇଁ ସେ ସବୁ ବେଳେ ଦାବି କରି ଆସୁଛନ୍ତି । ସେହିପରି ଭାଷାକୁ ମାନ୍ୟତା ଦେବା ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଯାହା ପାଇଁ ମାନ୍ୟତା ଦେବାକୁ ସରକାର ବାଧ୍ୟ ହେବେ ଏବଂ ଏଥିରେ ମଧ୍ୟ ବୈମାତୃକ ମନୋଭାବ ସରକାର ପୋଷଣ କଲେ ଅଲଗା ରାଜ୍ୟ ଦାବି ଆହୁରି ତୀବ୍ର ହେବ ଓ ଆଗକୁ ଓଡ଼ିଶା ଭାଗ ଭାଗ ହେବ ।"

ତେବେ ଏହି ଆନ୍ଦୋଳନର ମଙ୍ଗ ଧରିଥିବା ସିନେ ଅଭିନେତା ମନୋଜ ମିଶ୍ର କହିଛନ୍ତି, "ଏହି ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ଅହେତୁକ ସମର୍ଥନ ମିଳୁଛି । ଯାହାର ସେ କଳ୍ପନା କରି ନଥିଲେ । ତେବେ କୋଶଲି ବା ସମଲପୁରୀ ଭାଷାକୁ ମାନ୍ୟତା ଦେବା ପାଇଁ ସେ ଏହି ପଶ୍ଚିମାଞ୍ଚଳ ପିପୁଲ ଫୋରମ ପକ୍ଷରୁ ଏ ଯାତ୍ରା କରାଯାଉଛି । ଏହି ଭାଷାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଷ୍ଟମ ଅନୁଛେଦରେ ସ୍ଥାନ ଦେବା ଓ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି ଅଛି। ଏହି ଦାବି ନିଶ୍ଚୟ ସଫଳ ହେବ । ସେହିପରି ବିଧାୟକ ନେତା ଓ ଲୋକଙ୍କ ଅହେତୁକ ସମର୍ଥନ ପାଇଁ ସେ ସମସ୍ତଙ୍କ ନିକଟରେ ଚିର ଋଣୀ । ତେବେ ଭାଷା ସ୍ବାଭିମାନ ଯାତ୍ରା 10ଟି ଜିଲ୍ଲା ଦେଇ ବୁଲି ଜନମତ ସଂଗ୍ରହ ସହ ଭାଷା ପାଇଁ ଆଗକୁ ଆନ୍ଦୋଳନ ଜାରି ରଖିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.