ETV Bharat / state

ଗଞ୍ଜାମରୁ ଉଦ୍ଧାର ହେଲେ ବଲାଙ୍ଗୀରର 34 ଶ୍ରମିକ

author img

By ETV Bharat Odisha Team

Published : Jan 6, 2024, 8:43 PM IST

Migrant Labourers Rescued: ବଲାଙ୍ଗୀର ଜିଲ୍ଲାରେ ଦାଦନ ଯନ୍ତ୍ରଣା କମିବାର ନାଁ ଧରୁନି । ପୁଣି ଜିଲ୍ଲାରୁ 34 ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଗଞ୍ଜାମରୁ ଉଦ୍ଧାର ହେଲେ ବଲାଙ୍ଗୀରର 34 ଶ୍ରମିକ
ଗଞ୍ଜାମରୁ ଉଦ୍ଧାର ହେଲେ ବଲାଙ୍ଗୀରର 34 ଶ୍ରମିକ

ବଲାଙ୍ଗୀର: ରାଜ୍ୟରୁ କମୁନି ଦାଦନ ଶ୍ରମିକ ଚାଲାଣ । ବଲାଙ୍ଗୀର ଜିଲ୍ଲାରେ ଦାଦନ ଯନ୍ତ୍ରଣା କମିବାର ନାଁ ଧରୁନି । ପୁଣି ଜିଲ୍ଲାରୁ 34 ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଦାଦନ ଶ୍ରମିକମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ସାହାଯ୍ୟ ମାଗିବା ପରେ ସମାଜ ସେବୀ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ତେବେ ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଆଜି ବି ରହିଛି । ନିର୍ଯାତନାର ଅଭିଯୋଗ ଆଜି ସେମିତି ଆସୁଛି । ଏହିଭଳି ବଲାଙ୍ଗୀରର 6 ଜଣ ଶିଶୁ ସମେତ 28 ଜଣ ଦାଦନ ଦଲାଲ ମାଧ୍ୟମରେ ପେଟ ପାଟଣା ପାଇଁ ଗଞ୍ଜାମ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଇଟା ଭାଟିରେ ସେମାନଙ୍କୁ ନିୟୋଜିତ କରା ଯାଇଥିବା ବେଳେ ମଜୁରୀ ଟଙ୍କା ଓ ଖାଇବା ଦେବାରେ ଅବହେଳା କରିଥିଲେ ଇଟାଭାଟି ମାଲିକ । ଏପରିକି ମଜୁରୀ ମାଗିବାରୁ ଇଟାଭାଟି ମାଲିକ ମାଡ ମାରୁଥିବାର ଅଭିଯୋଗ ହୋଇଛି । ଜଣେ ଦାଦନ ଶ୍ରମିକ ବିନୋଦଙ୍କୁ ପ୍ରବଳ ମାଡ ମାରିବା ଯୋଗୁଁ ତାଙ୍କର ହାତ ଭାଙ୍ଗି ଯାଇ ସେ ଗୁରୁତର ଆହତ ମଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ବଲାଙ୍ଗୀରରୁ ୮୬ ଦାଦନ ଶ୍ରମିକ ଉଦ୍ଧାର, ୮ ଗିରଫ

ସେପଟେ ସେମାନେ ନେଇଥିବା ଅଗ୍ରୀମ ଟଙ୍କା ଓ ତାଙ୍କ ବକେୟା ମଜୁରୀ ହିସାବ କରି ଛାଡ଼ିଦେବାକୁ ମାଲିକକୁ ନେହୁରା ହୋଇଥିଲେ । ହେଲେ ମାଲିକ ତାଙ୍କୁ ଛାଡି ନଥିଲେ । ନିରୂପାୟ ହୋଇ ଶ୍ରମିକମାନେ ସାହାଯ୍ୟ ପାଇଁ ଏକ ଭିଡିଓ ବାର୍ତ୍ତା ଛାଡ଼ି ଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଆଧାର କରି ଗଞ୍ଜାମ ଜିଲ୍ଲା ଜଣେ ସ୍ଥାନୀୟ ସାମାଜିକ କର୍ମୀ ରାଜ୍ୟ ଆଇନ ଶୃଙ୍ଖଳା ପ୍ରାଧିକରଣରେ ମାମଲା ରୁଜୁ କରିଥିଲେ । ଏଥିରେ ସ୍ଥାନୀୟ ବେଲୁଗୁଣ୍ଠା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ସମସ୍ତ ଦାଦନ ଶ୍ରମିକଙ୍କୁ ସେଠିକାର ଶ୍ରମ ବିଭାଗ ସାହାଯ୍ୟରେ ପୋଲିସ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲାକୁ ଆଣିଥିଲେ । ଦାଦନ ଶ୍ରମିକମାନଙ୍କୁ ସେମାନଙ୍କ ଗାଁ ପାଟଣାଗଡ଼ ଓ ସାନବେଡ଼ାକୁ ସୁରକ୍ଷିତ ଭାବରେ ପଠାଇଥିଲେ । ନିଜ ରାଜ୍ୟ ଭିତରେ ସେମାନେ କାମ କରିବାକୁ ଇଚ୍ଛା ପ୍ରକାଶ କରି ଜିଲ୍ଲା ବାହାରକୁ ଯାଇଥିଲେ । ହେଲେ ଶେଷରେ ରାଜ୍ୟ ଭିତରେ ମଧ୍ୟ ଶୋଷିତ ହୋଇ ଫେରିଛନ୍ତି । ତେବେ ଏଭଳି ନିର୍ଯାତନା ପାଇବା ପରେ ସାହାଯ୍ୟ ପାଇଁ ସାମାଜିକ ଗଣମାଧ୍ୟମ ଓ ସାମାଜିକ କର୍ମୀଙ୍କ ସହାୟତା ପାଇଁ ଶ୍ରମିକମାନେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.