ETV Bharat / state

ଦରମା ନପାଇ କାର୍ଯ୍ୟ ବନ୍ଦ ଧାରଣାରେ ହରିଣ ପାର୍କ କର୍ମଚାରୀ

author img

By

Published : Dec 14, 2021, 10:45 PM IST

ଦରମା ନପାଇ କାର୍ଯ୍ୟବନ୍ଦ ଧାରଣାରେ ହରିଣ ପାର୍କ କର୍ମଚାରୀ
ଦରମା ନପାଇ କାର୍ଯ୍ୟବନ୍ଦ ଧାରଣାରେ ହରିଣ ପାର୍କ କର୍ମଚାରୀ

ବଲାଙ୍ଗୀରରେ ଦରମା ନପାଇ କାର୍ଯ୍ୟବନ୍ଦ ଧାରଣାରେ ହରିଣ ପାର୍କ କର୍ମଚାରୀ । ରେଞ୍ଜର କହିଲେ ଖୁବ ଶୀଘ୍ର ହେବ ସମସ୍ୟାର ସମାଧାନ । ଅଧିକ ପଢନ୍ତୁ

ବଲାଙ୍ଗୀର: ହରିଶଙ୍କରରେ ଥିବା ଜିଲ୍ଲାର ଏକମାତ୍ର ହରିଣ ପାର୍କରେ ଏବେ ବଡ଼ ସମସ୍ୟା ଦେଖାଦେଇଛି । ପାର୍କରେ କାର୍ଯ୍ୟରତ ଥିବା ଶ୍ରମିକମାନେ ଦରମା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯାହା ଫଳରେ ହରିଣଙ୍କୁ ଚାରା ଦେବା ଠାରୁ ଆରମ୍ଭ କରି ତାଙ୍କର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସମସ୍ୟା ଦେଖାଯିବା ଆରମ୍ଭ ହୋଇଛି ।

ଦରମା ନପାଇ କାର୍ଯ୍ୟ ବନ୍ଦ ଧାରଣାରେ ହରିଣ ପାର୍କ କର୍ମଚାରୀ

ପାର୍କରେ କାର୍ଯ୍ୟରତ ଶ୍ରମିକଙ୍କ ଅଭିଯୋଗ ଅନୁସାରେ, 15 ଜଣ କର୍ମଚାରୀ କାମ କରୁଥିବାବେଳେ ଏମାନେ ହରିଣଙ୍କ ସମସ୍ତଙ୍କ ଲାଳନପାଳନ ଦାୟିତ୍ବ ବୁଝି ଆସୁଛନ୍ତି । ହେଲେ ଗତ ୫ ମାସ ହେବ ଏମାନେ ଦରମା ପାଇ ନଥିବାରୁ ପରିବାର ପ୍ରତିପୋଷଣ ସମ୍ଭବ ହୋଇ ପାରୁନାହିଁ ।

ତେବେ ସମସ୍ୟା ନେଇ ଏମାନେ ବାରମ୍ବାର ସ୍ଥାନୀୟ ଖପ୍ରାଖୋଲ ରେଞ୍ଜରଙ୍କ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ସହ ରେଞ୍ଜର ଚାକିରିରୁ କାଢି ଦେବାର ଧମକ ଦେଉଥିବା ପରେ ଏମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ଆସନ୍ତା ୭ଦିନ ମଧ୍ୟରେ ଏହି ସମସ୍ୟା ସମାଧାନ ହୋଇ ଶ୍ରମିକଙ୍କୁ ଦରମା ଦିଆଯିବ ବୋଲି କହିଛନ୍ତି ରେଞ୍ଜର । ସେହିପରି କୌଣସି ଶ୍ରମିକଙ୍କୁ ଚାକିରିରୁ ବିଦା କରାଯାଇନଥିବା ସ୍ପଷ୍ଟ କରିବା ସହ ଶ୍ରମିକମାନେ ସହଯୋଗ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ରେଞ୍ଜର ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.