ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ହୋଇଛି ବ୍ୟାପକ ତ୍ରୁଟି: ବିଜେପି

author img

By

Published : Feb 17, 2022, 5:20 PM IST

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ହୋଇଛି ବ୍ୟାପକ ତ୍ରୁଟି : ବିଜେପି
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ହୋଇଛି ବ୍ୟାପକ ତ୍ରୁଟି : ବିଜେପି

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ବଲାଙ୍ଗୀରରେ ବ୍ୟାପକ ତ୍ରୁଟି ହୋଇଥିବା ବିଜେପି ଅଭିଯୋଗ କରିଛି। ଅଧିକ ପଢନ୍ତୁ

ବଲାଙ୍ଗୀର : ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ବଲାଙ୍ଗୀରରେ ବ୍ୟାପକ ତ୍ରୁଟି ହୋଇଥିବା ବିଜେପି ଅଭିଯୋଗ କରିଛି। ଏଥିପାଇଁ ଆଜି(ଗୁରୁବାର) ଜିଲ୍ଲା ବିଜେପି ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ନିର୍ବାଚନ କମିଶନଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ହୋଇଛି ବ୍ୟାପକ ତ୍ରୁଟି : ବିଜେପି

ଏହାବି ପଢନ୍ତୁ : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ହିଂସା, ୨୫ଟି ବୁଥ୍‌ରେ ସାନି ମତଦାନ ପ୍ରସ୍ତାବ

ତେବେ ଭୋଟ ଗ୍ରହଣ ପରେ ନିୟମ ଅନୁସାରେ 11 ନମ୍ବର ଫର୍ମ ଜରିଆରେ ପ୍ରତ୍ୟେକ ବୁଥର ପୋଲିଙ୍ଗର ସବିଶେଷ ତଥ୍ୟ ଦିଆ ଯିବା କଥା । ହେଲେ ଏଠି ତାହା ହୋଇ ନାହିଁ ବୋଲି ଦଳ ଅଭିଯୋଗ କରିଛି । ସେହିପରି ଭୋଟ ଗ୍ରହଣ ପରେ ସବୁ ବାଲେଟ ବାକ୍ସକୁ କେନ୍ଦ୍ରୀୟକରଣ କରାଯାଇ ଗୋଟିଏ ସ୍ଥାନରେ ରଖିବାକୁ ବିରୋଧ କରାଯାଇଛି । ଏହାସହ ଭୋଟରେ ଅନିୟମିତତା ହେବାର ସମ୍ଭାବନା ଥିବାର ବିଜେପି କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.