ETV Bharat / state

ଆଜି ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା, ପାଟଣାଗଡରେ ୧୪୪ ଧାରା ଜାରି

author img

By

Published : Oct 13, 2021, 4:07 PM IST

ଆଜି ମା’ ପାଟଣେଶ୍ବରୀଙ୍କ ବାଏଲ ଯାତ୍ରା, ପାଟଣାଗଡ ସହରରେ ୧୪୪ ଧାରା ଜାରି
ଆଜି ମା’ ପାଟଣେଶ୍ବରୀଙ୍କ ବାଏଲ ଯାତ୍ରା, ପାଟଣାଗଡ ସହରରେ ୧୪୪ ଧାରା ଜାରି

ବଲାଙ୍ଗୀର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ବରୀଙ୍କ ପୀଠରେ ଆଜି ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ ହେବ । କୋଭିଡ କଟକଣା ପାଇଁ ପାଟଣାଗଡ ସହରରେ ୧୪୪ ଧାରା ଜାରି କଲା ପ୍ରଶାସନ । ସାଧାରଣ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣକୁ ବାରଣ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଇଷ୍ଟ ଦେବୀ ମା’ ପାଟଣେଶ୍ବରୀଙ୍କ ପୀଠରେ ଆଜି ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ ହେବ । ଆଜିର ଏହି ଯାତ୍ରାରେ ମା’ ନଗର ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ଏହି ପର୍ବ ପାଳନ ହେବାକୁ ଯାଉଛି । ତେଣୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକଣାକୁ କଡାକଡି କରିବା ପାଇଁ ପାଟଣାଗଡ ସହରରେ 144 ଧାରା ଲାଗୁ କରିଛି । ଭକ୍ତ ତଥା ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ନିବେଦନ କରିଛି ସ୍ଥାନୀୟ ପ୍ରଶାସନ ।

ଆଜି ମା’ ପାଟଣେଶ୍ବରୀଙ୍କ ବାଏଲ ଯାତ୍ରା, ପାଟଣାଗଡ ସହରରେ ୧୪୪ ଧାରା ଜାରି

ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ଦିନ 12 ଘଣ୍ଟା ପର୍ଯ୍ୟନ୍ତ ପାଟଣେଶ୍ଵରୀ ପୀଠ ପାଟଣାଗଡ଼ରେ 144 ଧାରା ଲାଗୁ ହୋଇଛି। ତେବେ ଆଜିର ଦିନରେ ମା’ ପାଟଣେଶ୍ଵରୀ ନଗର ପରିକ୍ରମା କରିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଯାହାକୁ ବଏଲ୍ ଯାତ୍ରା ବୋଲି କୁହାଯାଇଥାଏ । ଏହାକୁ ଦେଖିବା ପାଇ ଦୂର ଦୁରାନ୍ତରୁ ଭକ୍ତଙ୍କ ସମାବେଶ ହୋଇଥାଏ । ହେଲେ ଏ ବର୍ଷ କୋଭିଡ କଟକଣା ଯୋଗୁଁ ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ବିଭିନ୍ନ ସ୍ଥାନରେ ବେରିକେଡ ମଧ୍ୟ କରିଛି। ସେହିପରି 144 ଧାରା ଲାଗୁ ସହ ସହରରେ ୨ ଅତିରିକ୍ତ ଏସପି ୨ ଡିଏସପି ଓ ୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସେହିପରି କେବଳ ମାଙ୍କ ସେବାୟତ ଓ ପୁରୋହିତଙ୍କ ମଧ୍ୟରେ ଏହି ଯାତ୍ରା ସମାପନ କରିବା ପାଇଁ ବ୍ୟବସ୍ଥା କରିଛି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ ।

ବଲାଙ୍ଗୀରରୁ ସେକ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.