ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗୀର ଅଙ୍ଗନୱାଡି କର୍ମୀ

author img

By

Published : Feb 25, 2020, 9:59 PM IST

Angnwadi strike in Blangir district
ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଅଙ୍ଗନୱାଡି କର୍ମୀ

ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଅଙ୍ଗନୱାଡି କର୍ମୀ । ଜିଲ୍ଲାର ଶତାଧିକ ମହିଳା ଅଙ୍ଗନୱାଡି କର୍ମୀ ଓ ପାଚିକା ଏଥିରେ ସାମିଲ ହୋଇ ସହର ପରିକ୍ରମା ସହ ଧାରଣା ଦେଇଥିଲେ । ଅଧିକ ସୂଚନା ପାଇଁ ପଢନ୍ତୁ ...

ବଲାଙ୍ଗୀର: 14 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗୀର ଅଙ୍ଗନୱାଡି କର୍ମୀ । ଜିଲ୍ଲାର ଶତାଧିକ ମହିଳା ଅଙ୍ଗନୱାଡି କାର୍ମୀ ଓ ପାଚିକା ଏଥିରେ ସାମିଲ ଥିଲେ । ପ୍ରଥମେ କର୍ମୀ ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ।

ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଅଙ୍ଗନୱାଡି କର୍ମୀ

ବଲାଙ୍ଗୀର ସଦର ବ୍ଲକର ଶିଶୁ ବିକାଶ ଅଧିକାରିଣୀ ଜୟନ୍ତୀ ସ୍ବାଇଁ ଓ ମୁଖ୍ୟ ସେବିକା ବିନନ୍ଦି ମିଶ୍ର ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିବା ସହକର୍ମୀଙ୍କ ଉପରେ ଅତ୍ୟାଚାର କରୁଥିବା ନେଇ ଅଭିଯୋଗ ଆଣିଛନ୍ତି କର୍ମୀ । ସେହିପରି ଏମାନେ ଅସାମ୍ବିଧାନିକ ଭାବେ ସବୁ କର୍ମୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ତେଣୁ ଏମାନଙ୍କୁ ଶୀଘ୍ର ବଦଳି ନେଇ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି କର୍ମୀ ।

ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.