ETV Bharat / state

ଦାଦନ ଶ୍ରମିକଙ୍କୁ ଅପହରଣ ସହ ନିର୍ଯାତନା ଅଭିଯୋଗ, ତଦନ୍ତ କରୁଛି ପୋଲିସ

author img

By

Published : Jun 21, 2021, 6:15 AM IST

ଦାଦନ ଶ୍ରମିକଙ୍କୁ ଅପହରଣ ସହ ନିର୍ଯାତନା ଅଭିଯୋଗ, ତଦନ୍ତ କରୁଛି ପୋଲିସ
ଦାଦନ ଶ୍ରମିକଙ୍କୁ ଅପହରଣ ସହ ନିର୍ଯାତନା ଅଭିଯୋଗ, ତଦନ୍ତ କରୁଛି ପୋଲିସ

ବଲାଙ୍ଗୀର ଜିଲ୍ଲାରେ ପୁଣି ଦାଦନ ଶ୍ରମିକ ଯନ୍ତ୍ରଣା । ଅଗ୍ରିମ ଟଙ୍କାର ଫେରାଇନପାରିବାରୁ ଅପହରଣ କରି ମାଡ ମାରିଲା ସର୍ଦ୍ଦାର । ଅଧିକ ପଢନ୍ତୁ....

ବଲାଙ୍ଗୀର: ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଛି। ଜଣେ ଦାଦନ ଶ୍ରମିକକୁ ପ୍ରଥମେ ଅପହରଣ ପରେ ଶାରୀରିକ ନିର୍ଯାତନା ଦିଆ ଯାଇଥିବାର ଅଭିଯୋଗ ହୋଇଛି। ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କିରଛି । ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଥିବାବେଳେ ଜଣେ ଦାଦନ ଶ୍ରମିକଙ୍କୁ ଅଗ୍ରୀମ ଟଙ୍କା ପାଇଁ ଦାଦନ ସର୍ଦ୍ଦାର ପ୍ରଥମେ ଅପହରଣ ଓ ପରେ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି।

ଦାଦନ ଶ୍ରମିକଙ୍କୁ ଅପହରଣ ସହ ନିର୍ଯାତନା ଅଭିଯୋଗ, ତଦନ୍ତ କରୁଛି ପୋଲିସ

ହୋଇଥିବା ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଦାବରି ଗ୍ରାମର ଦାଦନ ଶ୍ରମିକ ପେଟ ପାଟଣା ପାଇଁ ଜଣେ ଦାଦନ ସର୍ଦ୍ଦାର ରାଜା ଖାଁ ଠାରୁ ଅଗ୍ରୀମ 20 ହଜାର ଟଙ୍କା ନେଇଥିଲେ। ତେବେ ଏହି ଟଙ୍କା ସେ ଫେରାଇ ପାରି ନଥିବାବେଳେ ଦାଦନ ସର୍ଦ୍ଦାର ରାଜା ଖାଁ କିଛି ସହଯୋଗୀଙ୍କ ସହ ତାକୁ ଘରୁ ଅପହରଣ କରିଥିଲା। ଏକ ଅଜ୍ଞାତ ସ୍ଥାନରେ ତାକୁ ବନ୍ଧକ ରଖି ନିସ୍ତୁକ ମାଡ଼ ମାରିଥିଲା।

ସେପଟେ ନିସ୍ତୁକ ମାଡରେ ଦାଦନ ଶ୍ରମିକ ଜଣକ ଅଚେତ୍ ହୋଇ ଯିବ ପରେ ତାକୁ ଆଣି ଗାଆଁ ମୁଣ୍ଡରେ ଛାଡି ପଳାଇ ଥିଲା। ସେପଟେ ଏହି ସବୁ ଘଟଣାର ପୀଡ଼ିତ ଦାଦନ ଶ୍ରମିକ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ପୋଲିସ୍ 131 /2021 ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଏଯାଏଁ କାହାକୁ ଗିରଫ କରାଯାଇ ନ ଥିବାର ଜଣାପଡ଼ିଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.