ETV Bharat / state

ବଲାଙ୍ଗୀରେ ପୁଣି ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା: 72 ବର୍ଷୀୟ ବୃଦ୍ଧଙ୍କୁ ମାଡ଼ ମାରିଥିବା ଅଭିଯୋଗ

author img

By

Published : Oct 31, 2022, 3:25 PM IST

ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା । ବଲାଙ୍ଗୀରରେ ପୁଣି ଥାନାରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ସଲେଭାଟା ଫାଣ୍ଡି ପୋଲିସ ଜଣେ 72 ବର୍ଷୀୟ ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

again third degree torture allegation against police in balangir
ବଲାଙ୍ଗୀରେ ପୁଣି ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା

ବଲାଙ୍ଗୀର: ବଲାଙ୍ଗୀରେ ପୁଣି ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା । ଥାନାରେ 72 ବର୍ଷୀୟ ବୃଦ୍ଧଙ୍କୁ ଥାର୍ଡ଼ ଡିଗ୍ରୀ ନିର୍ଯାତନା । ଘରୁ ଉଠାଇ ନେଇ ଥାନାରେ ନିର୍ଦ୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ସଲେଭାଟା ଫାଣ୍ଡି ପୋଲିସ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ବଲାଙ୍ଗୀରେ ପୁଣି ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା

ସୂଚନା ଅନୁଯାୟୀ, ଏକ ଜମିଜମା ବିବାଦରେ ବଲାଙ୍ଗୀର ଜିଲ୍ଲା ସଲେଭାଟା ଫାଣ୍ଡି ପୋଲିସ ଲୋଇସିଂହା ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର 72 ବର୍ଷିୟ ବୃଦ୍ଧ ଅନିରୁଦ୍ଧ ସାହୁଙ୍କୁ ଘରୁ ଉଠାଇ ନେଇଥିଲା । ଥାନାରେ ବୃଦ୍ଧଙ୍କୁ ମାଡ଼ ମାରିବା ପରେ ବୃଦ୍ଧ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ପୋଲିସ ଅନିରୁଦ୍ଧଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲା । ତେବେ ଅନିରୁଦ୍ଧଙ୍କୁ ଥାନାରେ ପୋଲିସ ନିର୍ଦ୍ଧୁମ ମାଡ଼ ମାରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ବୃଦ୍ଧ ଜଣକ କହିଛନ୍ତି, " ପୋଲିସ ମତେ ଘରୁ ଉଠାଇ ଆଣି ଥାନାରେ ମାଡ଼ ମାରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ।" ସେପଟେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: 3rd Degree Torture: ପୁଅ ପାଇଁ ବାପାକୁ ମାଡ଼, ଅଭିଯୋଗ ପରେ ଫାଣ୍ଡି ଅଧିକାରୀଙ୍କ ବଦଳି

ସୂଚନା ଅନୁସାରେ କିଛି ଦିନ ତଳେ ବନ୍ଧପଡ଼ା ଫାଣ୍ଡିରେ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ର ଅଭିଯୋଗ ଆସିଥିଲା । ସେଥିରେ ଫାଣ୍ଡି ଅଧିକାରୀଙ୍କ ବଦଳି ମଧ୍ୟ ହୋଇଥିଲା । ସିଂହାମୁଣ୍ଡା ଗ୍ରାମର ସୁରେଶ ସାହୁଙ୍କ ପୁଅ ଏକ ଭୋଜିକୁ ଯାଇଥିବା ବେଳେ କୌଣସି କାରଣରୁ ବନ୍ଧପଡ଼ା ପୋଲିସ ତାକୁ ଅଟକ ରଖିଥିଲା । ସେପଟେ ଏହି ଖବର ପାଇବା ପରେ ବାପା ସୁରେଶ ସାହୁ ସମ୍ପୃକ୍ତ ପୋଲିସ ଫାଣ୍ଡିକୁ ଯାଇଥିଲେ ଏବଂ ସେଠି ତାଙ୍କ ପୁଅକୁ କାହିଁକି ଅଟକ ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ସେପଟେ ପୋଲିସ ଫାଣ୍ଡି ଅଧିକାରୀ ସରୋଜ ରଥ ତାଙ୍କ ଉପରେ ରାଗି ଯାଇ ତାଙ୍କୁ ହାଜତ ଭିତରେ ଭର୍ତ୍ତି କରି ନିର୍ଦ୍ଧୁମ ମାଡ ମାରିଥିଲେ । ଯେଉଁଥିରେ ସୁରେଶ ସାହୁ ଗୁରୁତର ଆହତ ହେବା ପରେ ତାଙ୍କ ସମ୍ପର୍କୀୟ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲକୁ ଆଣି ଚିକିତ୍ସା କରାଇଛନ୍ତି । ତେବେ ବାରମ୍ବାର ବଲାଙ୍ଗୀର ପୋଲିସ ନାମରେ ଏଭଳି ଅଭିଯୋଗ ଜନସାଧାରଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.