ETV Bharat / state

କୋରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ

author img

By

Published : May 16, 2021, 2:15 PM IST

Journalist died in corona
Journalist died in corona

କୋରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ । ମୃତକ ବଲାଙ୍ଗୀର ପାଟଣାଗଡ ପ୍ରଗତିବାଦୀ ପ୍ରତିନିଧି କୈଳାସ ସାହୁ । ଅଧିକ ପଢନ୍ତୁ...

ବଲାଙ୍ଗୀର: କୋରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ । ମୃତକ ବଲାଙ୍ଗୀର ପାଟଣାଗଡ ପ୍ରଗତିବାଦୀ ପ୍ରତିନିଧି କୈଳାସ ସାହୁ । ଆଜି(ରବିବାର) ଭୋର ୪.୩୦ରେ ନିଜ ପାଟଣାଗଡ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସାମ୍ବାଦିକ ଜଣକ ଗତ କିଛି ଦିନ ହେବ କୋରୋନା ସଂକ୍ରମିତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ଅନୁଭବ କରିବା ପରେ ସେ ଘରକୁ ଫେରିଥିଲେ । ହେଲେ ହଠାତ୍ ଆଜି ପୁଣି ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଭୋର ସକାଳ ୪.୩୦ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ସେ ଜଣେ ସରଳ, ମିଷ୍ଠଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଆସୁଥିଲେ । ପ୍ରଥମେ ଧରିତ୍ରୀ ଖବରକାଗଜରେ ସାମ୍ବାଦିକତା କରଥିବା ବେଳେ ବର୍ତ୍ତମାନ ଦୈନିକ ପ୍ରଗତିବାଦୀ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଉଥିଲେ । ଏଥିସହ ସେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ରହିଥିବାବେଳେ ପାଟଣାଗଡ ସାମ୍ବାଦିକ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରୁଥିଲେ । ତାଙ୍କ ବିୟୋଗ ସାମ୍ବାଦିକ ସଂଘ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ପାଟଣାଗଡ ସାମ୍ବାଦିକ ସଂଘ, ବଲାଙ୍ଗୀର ସାମ୍ବାଦିକ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.