ETV Bharat / state

ଭାଇଚାରାର ଉଦାହରଣ, ୫ ହଜାର ଲୋକ ଏକାଠି ଖାଇଲେ ନୂଆ

author img

By ETV Bharat Odisha Team

Published : Sep 21, 2023, 2:51 PM IST

୫ହଜାର ଲୋକ ଏକାଠି ଖାଇଲେ ନୂଆ
୫ହଜାର ଲୋକ ଏକାଠି ଖାଇଲେ ନୂଆ

ନୂଆଖାଇ ପାଳିଲେ ବଲାଙ୍ଗୀରବାସୀ । ଦୁଇଟି ଗାଁର ୫ ହଜାର ଲୋକ ଏକାଠି ହୋଇ ନୂଆ ଖାଇଛନ୍ତି । ଅଧିକ ପଢନ୍ତୁ

୫ହଜାର ଲୋକ ଏକାଠି ଖାଇଲେ ନୂଆ

ବଲାଙ୍ଗୀର : ସାରା ପଶ୍ଚିମ ଓଡିଶା କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଳନ କରିଛି । ଏହାରି ମଧ୍ୟରେ ବଲାଙ୍ଗୀରରେ ଭାଇଚାରାର ନିଆରା ଉଦାହରଣ ଦେଖିବାକୁ ମିଳିଛି । ଜିଲ୍ଲାର ଦୁଇଟି ଗାଁର ୫ ହଜାର ଲୋକ ଏକାଠି ହୋଇ ନୂଆ ଖାଇଛନ୍ତି । ଏହାସହ ଏକାଠି ନୂଆଖାଇର ସେଲିବ୍ରେସନ କରିଛନ୍ତି ।

ତେବେ ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା । ଭାଇଚାରାର ଏହି ପର୍ବରେ ଏକାଠି ହୋଇଛନ୍ତି ପରିବାରର ସମସ୍ତେ । ପ୍ରକୃତିକୁ ସମ୍ମାନ ଦେବା ସହ ପ୍ରଥମ ଅନ୍ନକୁ ଭଗବାନଙ୍କ ଠାରେ ଲାଗି କରିବାର ପର୍ବ ନୂଆଖାଇ। ଯାହାପରେ ତାକୁ ବର୍ଷ ତମାମ ଆହରଣ କରିବେ ସମସ୍ତେ। ତେବେ ଏଥିରେ ଯିଏ ଯେଉଁଠି ଥାଉ ନିଜ ଘରକୁ ଫେରି ସମସ୍ତଙ୍କ ସହ ମିଶି ନୂଆ ଖାଇବାର ପରମ୍ପରା ରହିଛି । ଏହାର ମହତ୍ତ୍ଵ ସବୁ ଜାତି ଓ ବର୍ଗର ଲୋକଙ୍କ ପାଇଁ ଏଠି ସମାନ ରହିଛି । ତେଣୁ ରାଜାରୁ ପ୍ରଜା ଧନିରୁ ଗରିବ ସମସ୍ତେ ନୂଆଁଖାଇ ପାଳନ କରିଥାନ୍ତି । ଏହି ନୂଆଖାଇ ପାଳନ ଓ ଜୁହାର ଭେଟ ହେବା ଦ୍ବାରା କେବଳ ସମ୍ପର୍କ ବଢ଼ିଥାଏ ତାହା ନୁହେଁ ଛିଣ୍ଡି ଥିବା ସମ୍ପର୍କ ମଧ୍ୟ ଯୋଡ଼ି ହୋଇଥାଏ।

ତେବେ ଏହି ଭଳି ବଲାଙ୍ଗୀରର ଦୁଇଟି ଗାଁ ଏଥିରେ ଉଦାହରଣ ସୃଷ୍ଟି କରିଛନ୍ତି । ଭାଇଚାରା ଏକତାର ଦେଇଛନ୍ତି ନିଆରା ଉଦାହରଣ। ବଲାଙ୍ଗୀର ବେଲପଡ଼ା ବ୍ଲକର ଦୁଇଟି ଗାଁ ଡାହିମାଲ ଓ ଜଳିଆ ଗ୍ରାମର ପ୍ରାୟ ୮ଶହ ପରିବାର ଅର୍ଥାତ ପାଞ୍ଚ ହଜାର ଲୋକ ଏକାଠି ନୂଆ ଖାଇଛନ୍ତି । ଜାତିଭେଦ ଭୁଲି ଏକାଠି ନୂଆ ଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନୂଆଖାଇ ପାଳିଲେ ବଲାଙ୍ଗୀରବାସୀ, ଦେବାଳୟରେ ପ୍ରବଳ ଭିଡ଼

ତେବେ ଏମାନେ ବିଗତ ପାଞ୍ଚ ବର୍ଷ ହେବ ଏଭଳି ଗୋଟିଏ ସ୍ଥାନରେ ନୂଆଖାଇ ପାଳନ କରି ଆସୁଛନ୍ତି । ଏଥର ମଧ୍ୟ ଏମାନେ ଏକାଠି ନୂଆଖାଇ ପାଳନ କରିବା ସହ ଚାଷୀ ପରମ୍ପରା ଅନୁସାରେ ନୂଆ ଖାଇଛନ୍ତି । ଯେଉଁଥିରେ ଧାର୍ଯ୍ୟ ଲଗ୍ନରେ ଏମାନେ ତାଙ୍କ ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆ ଅନ୍ନ ଲାଗି କରି ପରେ ସମସ୍ତେ ହୋଇ ନୂଆ ଖାଇଛନ୍ତି । ସେପଟେ ଏନେଇ ଗ୍ରାମର ବାସିନ୍ଦା ସିପୁନ ଖମାରୀ କହିଛନ୍ତି ଯେ, "୮ ଶହ ପରିବାରର ପାଞ୍ଚ ହଜାର ଲୋକ ଏଠି ନୂଆ ଖାଇଛନ୍ତି । ଯେଉଁଥିରେ ଦୁଇଟି ଗ୍ରାମର 20ଟି ଭିନ୍ନ ଭିନ୍ନ ଜାତିର ଲୋକେ ସବୁଠୁ ଉର୍ଦ୍ଧ୍ବରେ ରହି ଏକାଠି ନୂଆଖାଇ ପାଳନ କରିଛନ୍ତି । ଖୁବ୍ ଆନନ୍ଦ ଉଲ୍ଲାସରେ ସମସ୍ତେ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି । ତେବେ ଆଗକୁ ମଧ୍ୟ ମା' ସମଲେଇ ଓ ମା' ପାଟଣେଶ୍ୱରୀ ତାଙ୍କୁ ଆଶୀର୍ବାଦ କରନ୍ତୁ ଓ ଏହି ଭାଇଚାରା ସବୁ ଦିନ ଏଭଳି ରହୁ । "

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.