ETV Bharat / state

ବଲାଙ୍ଗୀରକୁ ଡେଇଁଲା ଡାଇରିଆ, ନେଲାଣି 2 ମୁଣ୍ଡ

author img

By ETV Bharat Odisha Team

Published : Dec 25, 2023, 5:44 PM IST

Diarrhea Disease Increases in Balangir
Diarrhea Disease Increases in Balangir

Diarrhoea Disease Increases in Balangir: ବଲାଙ୍ଗୀର କଣ୍ଟାବାଞ୍ଜିରେ ଚିନ୍ତା ବଢ଼ାଇଲାଣି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ରୁ ଅଧିକ ଆକ୍ରାନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ

Diarrhoea Disease Increases in Balangir

ବଲାଙ୍ଗୀର: କାୟା ବିସ୍ତାର କରୁଛି ହଇଜା । ରାଉରକେଲାବାସୀଙ୍କୁ ନୟାନ୍ତ କରିବା ପରେ ଏବେ ବଲାଙ୍ଗୀରକୁ ଡେଇଁଛି ଝାଡାବାନ୍ତି । କଣ୍ଟାବାଞ୍ଜି ଅଞ୍ଚଳରେ ଦୁଇଟି ମୁଣ୍ଡ ନେଲା ହଇଜା । ଡାକ୍ତରଖାନାରେ ଚାରି ଆକ୍ରାନ୍ତ ଭର୍ତ୍ତି । ସେପଟେ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବାକୁ ନେଇ ଆତଙ୍କିତ ଲୋକେ ।

ବଲାଙ୍ଗୀରରେ ବ୍ୟାପିଲା ଝାଡାବାନ୍ତି । କଣ୍ଟାବାଞ୍ଜିର କିଛି ଗ୍ରାମାଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ପୁଡ଼ାପଦର୍ ଗ୍ରାମର ଚାନ୍ଦିନୀ ସାହୁ ଓ ଅନ୍ୟ ଜଣେ ମୁରିବାହାଳ ବ୍ଲକ ମାଳି ବାହାଲ ଗ୍ରାମର ସନ୍ତୋଷ ମାଝୀ ବୋଲି ଜଣାପଡିଛି । ତେବେ ସେମାନେ ଗତ ଦୁଇ ଧରି ଝଡ଼ ବାନ୍ତିରେ ଆକ୍ରାନ୍ତ ଥିଲେ । ଏହାସହ ସେମାନଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷେ ଏହି ରୋଗରେ ଅନେକ ଆକ୍ରାନ୍ତ ଥିବା ବେଳେ ଚାରି ଜଣ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସ୍ଥାନୀୟ ତହସିଲଦାର ରତନ ଲାଲ ମୁଣ୍ଡା ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଚାରି ଜଣ ଏବେବି ଭର୍ତ୍ତି ଥିବାର ସେ କହିଛନ୍ତି । ସେହିପରି ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାର ସେ କହିଛନ୍ତି । ଏଯାଏଁ ଝାଡ଼ ବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଓ ଉତ୍ସ ଜଣାପଡିନାହିଁ । ସମାନ ଭାବରେ ଏପର୍ଯ୍ୟନ୍ତ ରୋଗ ବ୍ୟାପୁଥିବା ଗାଁମାନଙ୍କରେ କୌଣସି ମେଡିକାଲ୍ ଟିମ୍ ମଧ୍ୟ ପହଞ୍ଚି ନଥିବାର ସୂଚନା ରହିଛି । ହେଲେ ଏବେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଧିକାରୀ କଣ୍ଟାବାଞ୍ଜି ଯାଇଥିବା ବେଳେ ଏସବୁର ଶୀଘ୍ର କାରଣ ଖୋଜା ଓ ତାର ନିରାକରଣ ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ବେସାହାରା କରିଦେଲା ହଇଜା, ମା'କୁ ହରାଇ ଏବେ ଭଗବାନ ଭରସାରେ ୩ ଭଉଣୀ

ସୂଚନା ଅନୁସାରେ, କିଛି ମାସ ତଳେ ମଧ୍ୟ କଣ୍ଟାବାଞ୍ଜିର ଏକ ଗ୍ରାମରେ ଝାଡାବାନ୍ତି ବ୍ୟାପି ଥିଲା ଓ ଜଣକ ମୃତ୍ୟୁ ହୋଇଥିଲା । ସେହିପରି ସେଠାରେ 50 ରୁ ଉର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାସବ ସ୍ବାସ୍ଥ୍ୟ ବିଭାଗର ଠିକ ପଦକ୍ଷେପ ଯୋଗୁଁ ସବୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । କିନ୍ତୁ ଏବେ ପୁଣି ଅନ୍ୟ ଗାଁରେ ଏହି ଝାଡାବାନ୍ତି ବ୍ୟାପିଥିବା ବେଳେ ଶୀଘ୍ର ବିଭିନ୍ନ ଜରୁରୀ ପଦକ୍ଷେପ ନେବା ଜରୁରୀ ହୋଇଛି । ତେବେ ରାଉରକେଲା ପରେ ବର୍ତ୍ତମାନ ବଲାଙ୍ଗୀରରେ ଝାଡାବାନ୍ତି ବ୍ୟାପିବା ଏକ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.