ETV Bharat / state

ରୋଗୀଙ୍କୁ 3 କିମି ବୋହିଲେ 2 ଆମ୍ବୁଲାନ୍ସ କର୍ମଚାରୀ, ଛୁଟୁଛି ପ୍ରଶଂସା

author img

By

Published : Jul 30, 2021, 12:05 PM IST

ରୋଗୀଙ୍କୁ 3 କିମି ବୋହି ଡାକ୍ତରଖାନାରେ ଭର୍ତ୍ତି କଲେ 2 ଆମ୍ବୁଲାନ୍ସ କର୍ମଚାରୀ
ରୋଗୀଙ୍କୁ 3 କିମି ବୋହି ଡାକ୍ତରଖାନାରେ ଭର୍ତ୍ତି କଲେ 2 ଆମ୍ବୁଲାନ୍ସ କର୍ମଚାରୀ

ରାସ୍ତା ଖରାପ କାରଣରେ 3 କିଲୋମିଟର ଚାଲି ଚାଲି ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କଲେ 2 ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: 3 କିଲୋମିଟର ଚାଲି ଚାଲି ଜଣେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚର୍ଚ୍ଚାରେ ଆମ୍ବୁଲାନ୍ସ ଡ୍ରାଇଭର । ବଲାଙ୍ଗୀର ଜିଲ୍ଲା ଅପହଞ୍ଚ ଅଞ୍ଚଳର ଜଣେ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତା ଖରାପ ଥିବାରୁ 3 କିଲୋମିଟର ପାଦରେ ଚାଲି ଚାଲି ଯାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ଖବର ପ୍ରସାରଣ ପରେ ଡ୍ରାଇଭରଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।

ରୋଗୀଙ୍କୁ 3 କିମି ବୋହି ଡାକ୍ତରଖାନାରେ ଭର୍ତ୍ତି କଲେ 2 ଆମ୍ବୁଲାନ୍ସ କର୍ମଚାରୀ

ବଲାଙ୍ଗୀର ଜିଲ୍ଲା କରମତୁଳା ପଞ୍ଚାୟତର ଅପହଞ୍ଚ ଗ୍ରାମ ଭିର୍କା ପଡ଼ାରେ ରହୁଥିବା ପ୍ରଶ୍ନ ଛତ୍ରିଆଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇ ପଡିଥିଲା । ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଜଣେ କର୍ମଚାରୀ ଗାଁରେ ପହଞ୍ଚିଥିଲେ । ମାତ୍ର ରାସ୍ତା ଖରାପ ଥିବାରୁ ଉଭୟ କାଦୁଅ ରାସ୍ତାରେ ଚାଲିଚାଲି ଗାଁରେ ପହଞ୍ଚିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ମିଳିଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ 2 ଆମ୍ବୁଲାନ୍ସ କର୍ମଚାରୀଙ୍କ ସାହାଯ୍ୟ ମନୋଭାବ ଯୋଗୁଁ ଜଣେ ରୋଗୀ ସୁସ୍ଥ ହୋଇପାରିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଉଭୟଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.