ETV Bharat / state

ସ୍କୁଲରୁ ଫେରିବା ବାଟରେ ଅଘଟଣ, ନାଳରେ ପଡି 2 ନାବଳକ ମୃତ

author img

By ETV Bharat Odisha Team

Published : Dec 1, 2023, 9:15 AM IST

minor boy died after drowned in a canal
ନାଳରେ ପଡି 2 ନାବଳକ ମୃତ

ସ୍କୁଲରୁ ଫେରିବା ବେଳେ ନାଳରେ ବୁଡିଯାଇ ଦୁଇ ନାବାଳକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଅନୁଗୋଳ: ଅନୁଗୋଳରେ ଦୁଃଖଦ ଘଟଣା । ନାଳ ହେଲା କାଳ । ସ୍କୁଲରୁ ଫେରିବା ବେଳେ ନାଳରେ ବୁଡିଗଲେ ଦୁଇ ନାବାଳକ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ହଣ୍ଡପା ଥାନା ବାଲିଆମ୍ବ ଗାଁର ବାଲିଆମ୍ବ ନାଳରେ । ଦୁଇ ନାବାଳକଙ୍କ ମୃତଦେହ ନାଳ ଭିତରୁ ଉଦ୍ଧାର କରାଯାଇଛି । ମୃତ ନାବାଳକ ହେଉଛନ୍ତି କାଳିଆ ବେହେରାଙ୍କ ୯ ବର୍ଷର ପୁଅ ବାଦଲ ଓ ଅନ୍ୟ ଜଣେ ଜୟନ୍ତ ପ୍ରଧାନଙ୍କ ୯ ବର୍ଷର ପୁଅ ସୁରେନ୍ଦ୍ର ।

ଦୁହେଁ ସ୍କୁଲରୁ ଫେରି ନାଳ ନିକଟକୁ ଖେଳିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ତେବେ ସେମାନେ କେମିତି ଓ କେଉଁ ପରିସ୍ଥିତିରେ ନାଳ ଭିତରକୁ ଚାଲିଗଲେ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ଉଭୟ ଅସାବଧାନତାବଶତଃ ନାଳରେ ପଡିଯାଇଥିଲେ ନା ତାଙ୍କୁ କେହି ନାଳ ମଧ୍ୟକୁ ଠେଲି ଦେଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ-ଖେଳୁଥିବା ସମୟରେ ନାଳରେ ପଡି 4 ବର୍ଷର ଶିଶୁ ମୃତ

ଏହା ମଧ୍ୟ ପଢନ୍ତୁ-ନାଳ ପାରି ହେଉଥିବା ବେଳେ ଅଘଟଣ, କାର ସହ ଭାସିଯାଇ ଦୁଇ ମୃତ

ସକାଳେ ଖାଇ ପିଇ ଦୁଇ ସାଙ୍ଗ ବାଦଲ ଓ ସୁରେନ୍ଦ୍ର ସ୍କୁଲକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଆଜିର ଦିନ ତାଙ୍କ ପାଇଁ ଶେଷ ଦିନ ଥିଲା ବୋଲି । ସ୍କୁଲରୁ ଫେରିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ଖେଳିବା ପାଇଁ ବାଲିଆମ୍ବ ନାଳ ନିକଟକୁ ଯାଉଥିବା ବେଳେ କୌଣସି କାରଣରୁ ସେଠାରେ ଦୁଇ ସାଙ୍ଗ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲେର ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଦୁଇ ନାବାଳକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଅକୁ ହରାଇ ଲୁହର ଭିଜିଛି ଦୁଇ ପରିବାର । ଦୁଇ ପୁଅ ସ୍କୁଲରୁ ଫେରି ଘରେ ପହଞ୍ଚିବେ ବୋଲି ଅନାଇ ବସିଥିଲେ ମାଆ । କିନ୍ତୁ ପୁଅ ଫେରିବା ବଦଳରେ ମୃତ୍ୟୁ ଖବର ଆସିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.