ଅନୁଗୋଳରେ ମାତିଛି ମଖାନା ହାତୀ, ନେଲା 4 ଜୀବନ

author img

By

Published : Jan 7, 2023, 9:29 AM IST

Updated : Jan 7, 2023, 2:21 PM IST

elephant tussle in angul
ଅନୁଗୋଳରେ ହାତୀ ଆତଙ୍କ ()

ମାତିଛି ହାତୀ, ଗୋଟିଏ ଦିନରେ ଗୋଟିଏ ହାତୀ ନେଇଛି ୪ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ତିନିଜଣ ଚାଷୀ ହୋଇଥିବା ବେଳେ ଅନ୍ୟଜଣେ ସାଧାରଣ ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅନୁଗୋଳରେ ହାତୀ ଆତଙ୍କ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଗୋଟିଏ ଦିନରେ ଚାରି ଜଣଙ୍କୁ ମାରିଲା ହାତୀ । ଆଜି (ଶନିବାର) ସକାଳେ ଅନୁଗୋଳରେ ହାତୀ ବିଭିନ୍ନ ଗାଁରେ ପସି ୪ ଜଣଙ୍କୁ ମାରିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛି । ରେଞ୍ଜର ଅଙ୍ଗାରବନ୍ଧ, ଛେଳିଆପଡା ଓ ବାରସିଂହା ଗ୍ରାମରେ ତିନି ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ହାତୀ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ଗାଁରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକ କ୍ଷତିପୂରଣ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ବଡ଼ି ଭୋର ସମୟରେ ଅଧିକାଂଶ ଚାଷୀ ନିଜ ନିଜ ବାଡ଼ି ବଗିଚାରେ କାମ କରୁଥିଲେ । ହାତୀ ପଲରୁ ଅଲଗା ହୋଇ ବୁଲୁଥିବା ଏକ ମଖନା ହାତୀ ପ୍ରଥମେ ଛେଳିଆପଡା ଗାଁରେ ପସି ବଗିଚାରେ କାମ କରୁଥିବା ସୁବାସ ବିଶ୍ୱାଳଙ୍କୁ ଦଳି ଚକଟି ଦେଇଥିଲା । ସେଠାରେ କାମ କରୁଥିବା ଆଉ କିଛି ମହିଳା ପ୍ରାଣ ବିକଳରେ ଦୌଡ଼ି ପଳାଇ ଥିଲେ । ସୁବାଷ ମଧ୍ୟ ଦୌଡ଼ି ପଳାଉ ଥିବା ବେଳେ ତଳେ ପଡି ଯାଇଥିଲେ । ଫଳରେ ହାତୀଟି ତାଙ୍କୁ ଦଳି ମାଟିରେ ପୋତି ଦେଇଥିଲା । ଏହାପରେ ସେଠାରୁ ହାତୀଟି ଅଙ୍ଗାରବନ୍ଧ ଗାଁକୁ ଆସି ଅନୁଭୂତ ସାହୁ ନାମକ ଜଣେ ଚାଷୀ ବଗିଚାରେ କାମ କରୁଥିବା ସମୟରେ ଅତର୍କିତ ଭାବେ ମାରି ଦେଇଥିଲା । ସେଠାରେ ମଧ୍ୟ କାମ କରୁଥିବା ଅନ୍ୟ ମହିଳାମାନେ ଦୌଡ଼ି ଯାଇ ନିଜ ଜୀବନ ବଞ୍ଚାଇ ପାରିଥିଲେ।

ସେଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ବାରସିଙ୍ଗା ଗାଁରେ ପସି ରମେଶ ସ୍ୱାଇଁ ନାମକ ଜଣେ ଚାଷୀଙ୍କୁ ଶୁଣ୍ଢରେ ଧରି ତଳେ କଚାଡି ଦେଇଥିଲା । ରମେଶ ନିଜ ବଗିଚାକୁ ଯାଇଥିଲେ । ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ସେଠାରୁ ହାତୀଟି ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଗାଁ ଭିତରେ ପଶି ଅଜୟ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ଅଜୟ ନିଜ ଘର ଆଗରେ ଠିଆ ହୋଇ ଦାନ୍ତ ଘଷୁଥିଲେ । ତେଣୁ ଗୋଟିଏ ହାତୀ ଗାଁକୁ ଗାଁ ଯାଇ ଗୋଟିଏ ଦିନରେ ୪ଜଣଙ୍କୁ ମାରି ଦେଇଛି । ଏହାପରେ ହାତୀଟି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳକୁ ପଳାଇ ଯାଇଥିବା ବନ ବିଭାଗ ଅନୁମାନ କରୁଛି । ତେବେ ହାତୀ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ଗାଁରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ଓ ବନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଗତ ପ୍ରାୟ ୨/୩ ମାସ ହେଲା ଅନୁଗୋଳ ବନଖଣ୍ଡର ବିଭିନ୍ନ ଗାଁରେ ହାତୀପଲ ଅତି ମାତ୍ରାରେ ଉପଦ୍ରବ କରୁଛନ୍ତି। ଗତ ଦୁଇ ଦିନ ପୂର୍ବେ ବନ୍ତଳା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଥିଲା । ଅଧିକାଂଶ ଗାଁରେ ଶତାଧିକ ଲୋକ ଚାଷବାସ ଓ ବାଡ଼ି ବଗିଚା କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ହାତୀ ଉପଦ୍ରଵ ଯୋଗୁ ଚାଷୀ ମାନେ ଭୟରେ ଆଉ ବଗିଚାକୁ ଯାଉ ନାହାଁନ୍ତି । ସନ୍ଧ୍ୟା ହେଲେ ଅଧିକାଂଶ ଗାଁରେ ଲୋକେ ଭୟରେ ତାଟି କବାଟ ପକାଇ ଘର ଭିତରେ ରହୁଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ ଯେତେ ଯାହା ପଦକ୍ଷେପ ନେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଜଙ୍ଗଲ ଭିତରେ ହାତୀ ମାନଙ୍କ ପାଇଁ ଖାଦ୍ୟର ଅଭାବ ଯୋଗୁ ସେମାନେ ଗାଁ ମୁହଁ ହେଉଛନ୍ତି ।

ଏହାଛଡା ଅଧିକାଂଶ ଗାଁରେ ଫସଲ ସୁରକ୍ଷା ପାଇଁ ସୋଲାର ତାରବାଡ଼ ଦେଇଛନ୍ତି । ତେଣୁ ଏତେ ସଂଖ୍ୟାରେ ହାତୀଙ୍କ ବିଚରଣ ପାଇଁ ଜାଗା ସଙ୍କୁଚିତ ହୋଇ ପଡିଛି । ଫଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି । ଏହାର ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହୋଇ ପଡିବ ବୋଲି ଜଣାପଡିଛି । ହାତୀପଲରୁ ଅଲଗା ହୋଇ ବିଚରଣ କରୁଥିବା ଏହି ଗୋଠ ଛଡା ହାତୀଟି ଏବେ ଲୋକଙ୍କ ପାଇଁ ବିପଦ ସାଜିଛି । ଆଜି ୪ଜଣଙ୍କୁ ମାରିଛି । ତେଣୁ ଆଗାମୀ ଦିନ ମାନଙ୍କରେ ମଧ୍ୟ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ବନ ବିଭାଗ ସେହି ହାତୀକୁ ନିୟନ୍ତ୍ରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated :Jan 7, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.