ETV Bharat / state

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପଥର ବାନ୍ଧି ଫିଙ୍ଗିଦେଲେ ନଦୀକୁ

author img

By

Published : Sep 7, 2022, 11:07 PM IST

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପଥର ବାନ୍ଧି ଫିଙ୍ଗିଦେଲେ ନଦୀକୁ
ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପଥର ବାନ୍ଧି ଫିଙ୍ଗିଦେଲେ ନଦୀକୁ

ଅନୁଗୋଳ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ଯୁବକଙ୍କ ମୃତଦେହ । ହତ୍ୟା ପରେ ଯୁବକଙ୍କୁ ଫିଙ୍ଗି ଦେଇଥିଲେ ନଦୀରେ । ଅଧିକ ପଢ଼ନ୍ତୁ

ଅନୁଗୋଳ : ବ୍ରାହ୍ମଣୀ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ । କେହି ହତ୍ୟା କରିବା ପରେ ଯୁବକଙ୍କୁ ହାତ ଗୋଡ଼ ବାନ୍ଧି ନଦୀରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ନଦୀରେ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ । ତାଳଚେର ଉପଖଣ୍ଡର ସମଲ ଥାନା ଗହମ ଅଞ୍ଚଳରୁ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପଥର ବାନ୍ଧି ଫିଙ୍ଗିଦେଲେ ନଦୀକୁ

ହାତ ଗୋଡ଼ ବନ୍ଧା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଗାଁର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି । ଗତ କିଛିଦିନ ହେଲା ସେ ନିଖୋଜ ଥିବା ଖମାର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରାଯାଉଛି ।

ସୁଶାନ୍ତଙ୍କ ହାତ ଗୋଡ଼ ଲୁହା ତାରରେ ବନ୍ଧା ଯାଇଥିବା ବେଳେ ଏକ ପଥରରେ ବନ୍ଧା ଯାଇଛି । ଯେଉଁଥିପାଇଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଛି । ସୁଶାନ୍ତଙ୍କ ଜମିବାଡିକୁ ନେଇ ତାଙ୍କ ଗାଁର ଅନ୍ୟ ଏକ ପରିବାର ସହ ଝଗଡା ଥିଲା । ଏହି ଝଗଡା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ସମଲ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.