ETV Bharat / state

ଖାଦ୍ୟ ବଣ୍ଟନ କରି ଅଭିନଵ ଉପାୟରେ ଦାବି ଜଣାଇଲା ଚାଳକ ମହାସଙ୍ଘ

author img

By

Published : Jul 25, 2021, 10:38 PM IST

ଖାଦ୍ୟ ବାଣ୍ଟନ କରି ଅଭିନଵ ଉପାୟରେ ଦାବି ଜଣାଇଲା ଚାଳକ ମହାସଙ୍ଘ
ଖାଦ୍ୟ ବାଣ୍ଟନ କରି ଅଭିନଵ ଉପାୟରେ ଦାବି ଜଣାଇଲା ଚାଳକ ମହାସଙ୍ଘ

କୋରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଗାଡି ଚାଳକ ମାନଙ୍କ କୌଣସି ସହାୟତା ନ ମିଳିବାରୁ ପଥଚାରୀଙ୍କୁ ଖାଦ୍ୟ ପୁଡିଆ ଦେଇ ପ୍ରତିବାଦ କରିଛି ସଙ୍ଘ । ଅଧିକ ପଢନ୍ତୁ...

ଅନୁଗୋଳ: ଅଭିନବ ଉପାୟରେ ସରକାରଙ୍କୁ ପ୍ରତିବାଦ ଜଣାଇଛି ଓଡିଶା ଡ୍ରାଇଭର ମହାସଙ୍ଘ । କୋରୋନା ମହାମାରୀ ସମୟରେ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଦେଇ ଆସୁଥିଲେ ମଧ୍ୟ ଦେଶର ଦ୍ଵିତୀୟ ସୈନିକ କହୁଥିବା ଚାଳକ ମାନଙ୍କ ପାଇଁ କିଛି ବି ସହାୟତା ଘୋଷଣା କଲେ ନାହିଁ ସରକାର । ଯାହାର ପ୍ରତିବାଦ କରିଛନ୍ତି ଗାଡି ଚାଳକ ମାନେ । ଫଳରେ କୋଭିଡ କଟକଣା ସମୟରେ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସହାୟତା ଦାବି ତଥା ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ନେଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି ସଙ୍ଘ ।

ଖାଦ୍ୟ ବଣ୍ଟନ କରି ଅଭିନଵ ଉପାୟରେ ଦାବି ଜଣାଇଲା ଚାଳକ ମହାସଙ୍ଘ

ଶତାଧିକ ଚାଳକମାନେ ୫୫ ନମ୍ବର ଜାତୀୟ ରାଜ ପଥର ବଡକେରା ନିକଟରେ ଏକାଠି ହୋଇଥିଲେ । ସେମାନେ ନିଜ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରି ବହୁ ସଂଖ୍ୟାରେ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ମଧ୍ୟ କରିଥିଲେ । ସେଥିରେ ବିସ୍କୁଟ, ଚୁଡା, ମିକ୍ସଚର, ପାଉଁରୁଟି, ମାସ୍କ ଓ ସାନିଟାଇଜର ରହିଛି ।

ରାସ୍ତାରେ ଯାଉଥିବା ସମସ୍ତ ଗାଡି ଗୁଡିକୁ ଅଟକାଇ ଡ୍ରାଇଭରଙ୍କୁ ପୁଡ଼ିଆ ବଣ୍ଟନ କରିଥିଲେ । ସେମାନଙ୍କର କହିବା କଥା କି ସରକାର ଡ୍ରାଇଭରଙ୍କ ଦୁଃଖ ବୁଝୁଲେନି । ତେଣୁ ସରକାର ସେମାନଙ୍କ ଦୁଃଖ ନ ବୁଝିଲେ ମଧ୍ୟ ସେମାନେ ନିଜେ ନିଜ ପାଇଁ କିଛି କରିବାକୁ ସମର୍ଥ ହୋଇପାରିଛନ୍ତି । ଏକଥା ସରକାର ଜାଣିବା ଉଚିତ। ଏହା ଛଡା ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଗୁଡିକୁ ମଧ୍ୟ ଉପସ୍ଥାପନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.