ETV Bharat / state

ପେଟ ରୋଗ ପାଇଁ ଗରମ ଢାଳ ଚିକିତ୍ସା କରି ମହିଳା ଗୁରୁତର

author img

By

Published : Apr 3, 2020, 7:30 PM IST

anugul
ଢାଳ ଚିକିତ୍ସା କରି ଗୁରୁତର ମହିଳା

ଅନୁଗୋଳ ଜିଲ୍ଲା ସାନଦାଦର ଗାଁରେ ଜଣେ ମହିଳାଙ୍କୁ ଗରମ ଢାଳ ଚିକିତ୍ସା କରିବା ମହଙ୍ଗା ପଡିଛି। ଗୁରୁତର ମହିଳା ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି କରାଯାଇଛି ।

ଅନୁଗୋଳ: ସୁଧୁରୁନି ଅନ୍ଧବିଶ୍ବାସ ପ୍ରତି ଲୋକଙ୍କ ମାନସିକତା । ଆଜି ବି ଯନ୍ତ୍ରଣାରୁ ଉପଶମ ପାଇବାକୁ ଲୋକେ ଡାକ୍ତରଙ୍କ ପାଖକୁ ନଯାଇ ଘରୋଇ ବଇଦ ଚିକିତ୍ସାକୁ ଆପଣାଉଛନ୍ତି । ପେଟରେ ଗରମ ଢାଳ ଚିକିତ୍ସା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଢାଳର ଗରମ ଚେଙ୍କରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ସାନଦାଦର ଗାଁରେ । ଗୁରୁତର ମହିଳା ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି କରାଯାଇଛି ।

ଢାଳ ଚିକିତ୍ସା କରି ଗୁରୁତର ମହିଳା

ଗୁରୁତର ମହିଳା ଜଣକ ହେଲେ ସାନଦାଦର ଗାଁର ଝିଲ୍ଲୀ ନାୟକ । ତାଙ୍କର ପେଟ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ଘରୋଇ ଚିକିତ୍ସା କରିଥିଲେ । ଗାଁ ନିକଟର ଜଣେ ଘରୋଇ ବଇଦକୁ ଡାକି ଚିକିତ୍ସା କରାଇଥିଲେ ।

ବଇଦ ଜଣଙ୍କ ମହିଳାଙ୍କ ପେଟରେ ଢାଳ ଚିକିତ୍ସା କରିଥିଲେ । ପେଟରେ ଏକ ଦୀପ ଜାଳି ତା ଉପରେ ଢାଳ ଘୋଡାଇ ଚିକିତ୍ସା କରାଯାଇଥିଲା । ତେବେ କୌଣସି କାରଣରୁ ଦୀପର ନିଆଁ ପେଟରେ ଲାଗିଯିବା ସହ ଢାଳଟି ଆଉ ବାହାରି ନଥିଲା । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.