ETV Bharat / state

ସରିଲା ରାଜ୍ୟସ୍ତରୀୟ ଟେବୁଲ ଟେନିସ ଚମ୍ପିଆନସିପ

author img

By

Published : Dec 18, 2022, 1:49 PM IST

ଅନୁଗୋଳରେ ଅନୁଷ୍ଠିତ ଅନ୍ତଜିଲ୍ଲା ଓ ରାଜ୍ୟସ୍ତରୀୟ ଟେବୁଲ ଟେନିସ ଚମ୍ପିଆନସିପ ସମାପ୍ତ ହୋଇଛି (state level table tennis championship ) । ଅଧିକ ପଢନ୍ତୁ

ସରିଲା ରାଜ୍ୟସ୍ତରୀୟ ଟେବନଲ ଟେନିସ ଚମ୍ପିଅନସିପ
ସରିଲା ରାଜ୍ୟସ୍ତରୀୟ ଟେବନଲ ଟେନିସ ଚମ୍ପିଅନସିପ

ସରିଲା ରାଜ୍ୟସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ

ଅନୁଗୋଳ: ଜିଲ୍ଲାରେ ଆୟୋଜିତ ଅନ୍ତଜିଲ୍ଲା ଓ ରାଜ୍ୟସ୍ତରୀୟ ଟେବୁଲ ଟେନିସ ଚମ୍ପିଆନସିପ ସମାପ୍ତ ହୋଇଛି ( state level table tennis championship ) । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୫୦ରୁ ଅଧିକ ଟେବୁଲ ଟେନିସ ଖେଳାଳି ଏହି ଚମ୍ପିଆନ୍‌ସିପରେ ଭାଗ ନେଇଥିଲେ । ମହିଳା ଏକକ ବର୍ଗରେ ନେହା ଓ ପୁରୁଷ ଏକକ ବର୍ଗରେ ମୈନାକ ଚମ୍ପିଆନ ହୋଇଛନ୍ତି । ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅନୁଗୋଳରେ ଆରମ୍ଭ ହୋଇଥିଲା ଏହି ଚମ୍ପିଆନସିପ । 14 ତାରିଖରୁ ଆରମ୍ଭ ହୋଇଥିଲା ।

ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମୈନାକ ଦାସ 4-0 ଗେମରେ ଏଜି ଓଡିଶାର ତୁଷାର ଚୌହାନଙ୍କୁ ହରାଇଥିଲେ । ମହିଳା ସିଙ୍ଗଲ୍ସ ଫାଇନାଲରେ ଏଜି ଓଡିଶାର ନେହା କୁମାରୀ 4-2 ଗେମରେ ଭୁବନେଶ୍ବରର ଶ୍ବେତପଦ୍ମାଙ୍କୁ ପରାସ୍ତ କରିଥିଲେ । 19 ବର୍ଷରୁ କମ ବାଳକ ସିଙ୍ଗଲ୍ସ ଫାଇନାଲରେ ଜିଜ୍ଞାସୁ 3-2 ଗେମରେ କଟକର ସାହିଲ ସୁମନଙ୍କୁ ହରାଇ ଚମ୍ପିଆନ ହୋଇଛନ୍ତି ।

ଏହା ବି ପଢନ୍ତୁ...ଅନୁଗୋଳରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବରିଷ୍ଠ କବାଡି ଚମ୍ପିଆନସିପ

ଆୟୋଜିତ ହୋଇଥିବା ବିଭିନ୍ନ ବର୍ଗର ମ୍ୟାଚରେ କୃତିତ୍ବ ଅର୍ଜନ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡା ହୋଇଥିବା ଭିନ୍ନ ଭିନ୍ନ ବର୍ଗରେ ଚମ୍ପିଆନ ହୋଇଥିବା ଖେଳାଳିଙ୍କୁ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମାଣପତ୍ର ସହ କପ ଓ ସିଲ ପ୍ରଦାନ କରିଥିଲେ । ଏଠାରୁ ମନୋନୀତ ଖେଳାଳି ଜାତୀୟ ଚମ୍ପିଆନସିପ ଖେଳିବାକୁ ସୁଯୋଗ ପାଇବେ ବୋଲି ରାଜ୍ୟ ଟେବୁଲ ଟେନିସ ଆସୋସିଏସନର ସମ୍ପାଦକ ସୁଚନା ଦେଇଛନ୍ତି ।

ଚମ୍ପିଆନସିପ ୧୪ଟି ଇଭେଣ୍ଟରେ ଖେଳାଯାଇଥିଲା । କେବଳ ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ଛାଡ଼ି ସିନିୟର ପୁରୁଷ ଓ ମହିଳା, ୟୁଥ୍ ବାଳକ ବାଳିକା ୧୯ ବର୍ଷରୁ କମ୍ , ଜୁନିୟର ବାଳକ ଓ ବାଳିକା ୧୭ ବର୍ଷରୁ କମ୍ , ସବ୍‌ଜୁନିୟର ବାଳକ ଓ ବାଳିକା ୧୫ ବର୍ଷରୁ କମ୍ , କ୍ୟାଡେଟ୍ ବାଳକ ଓ ବାଳିକା ୧୩ ବର୍ଷରୁ କମ୍ ଏବଂ ହୋପ୍ ବାଳକ ଓ ବାଳିକା ୧୧ ବର୍ଷରୁ କମ୍ ବର୍ଗରେ ସିଙ୍ଗଲ୍ସ ଚମ୍ପିଆନ୍‌ସିପ୍‌ ଆଦି ବର୍ଗରେ ମ୍ୟାଚ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.