ETV Bharat / state

‘ମନରେ ଚେତନା ଜାଗ୍ରତ ପାଇଁ ଈଶ୍ବର ଆରାଧନା ଏକ ମାଧ୍ୟମ’

author img

By

Published : Nov 24, 2019, 5:18 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଅନୁଗୋଳରେ ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ୨୮ ତମ ରାଜ୍ୟ ସମ୍ମିଳନୀ ଆଧ୍ୟାତ୍ମିକ ଚେତନା ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ଅତିଥିମାନେ କହିଛନ୍ତି ।

ଅନୁଗୋଳ: ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ୨୮ ତମ ରାଜ୍ୟ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସାଧୁସନ୍ଥ ଓ ଅନୁଗାମୀ ଯୋଗ ଦେଇଛନ୍ତି । ଅନୁଗୋଳ ରାମକୃଷ୍ଣ ସଂଘ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଅନୁଗୋଳରେ ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ୟ ସମ୍ମିଳନୀ ସହରର ଦଶହରା ପଡ଼ିଆରେ ଆୟୋଜିତ ହୋଇଯାଇଛି । ଦୁଇ ଦିନିଆ ସମ୍ମିଳନୀରେ ବିଧାନସଭା ଉପବାଚସ୍ପତି ରଜନୀ କାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ପରିଷଦର ବହୁ ସାଧୁସନ୍ଥ ସାମିଲ ହୋଇଥିଲେ । ରାମକୃଷ୍ଣ ପରମ ହଂସଙ୍କ ଚିନ୍ତା ଚେତନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ ଚେତନା ବିନା ସମାଜର ଉନ୍ନତି ଅସମ୍ଭବ ଏବଂ ସମାଜ ଗଠନରେ ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି । ମନୁଷ୍ୟ ମନରେ ଚେତନାର ଜାଗ୍ରତ ପାଇଁ ଈଶ୍ବର ଆରାଧନା ଏକ ମାଧ୍ୟମ ବୋଲି ସଭାରେ ଯୋଗଦେଇ ସାଧୁମାନେ ନିଜ ନିଜ ମତ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ରାମ କୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦ ର୨୮ ତମ ରାଜ୍ୟ ସମ୍ମିଳନୀ। ଯୋଗ ଦେଲେ ବହୁ ସାଧୁସନ୍ଥ ଓ ଅନୁଗାମୀ ।Body:ଅନୁଗୋଳ ରେ ରାମ କୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦ ର ରାଜ୍ୟ ସମ୍ମିଳନୀ । ଅନୁଗୋଳ ସହର ର ଦଶହରା ପଡ଼ିଆ ରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ସମ୍ମିଳନୀରେ ବିଧାନସଭା ଉପ ବାଚସ୍ପତି ରଜନୀ କାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ପରିଷଦ ର ବହୁ ସଦସ୍ୟ ସାଧୁସନ୍ଥ ସାମିଲ ହୋଇ ଥିଲେ । ସମ୍ମିଳନୀ ରେ ପରମ ହଂସ ଙ୍କ ଚିନ୍ତା ଚେତନା ସମ୍ପର୍କରେ ଆଲୋଚନା ହୋଇଥିଲା । ସମାଜ ସଂସ୍କାର ରେ ଆଧ୍ୟାତ୍ମିକ ତା ର ଆବଶ୍ୟକତା ରହିଛି । ତେଣୁ ମନୁଷ୍ୟ ମନରେ ଚେତନା ର ଉଦ୍ରେକ ପାଇଁ ଈଶ୍ୱର ଆରାଧନା ଏକ ମାଧ୍ୟମ ବୋଲି ଆୟୋଜିତ ଏହି ଧର୍ମ ସଭାରେ ଯୋଗଦେଇ ସାଧୁ ମାନେ ନିଜ ନିଜ ମତ ଦେଇଥିଲେ । Conclusion:ଅନୁଗୋଳ ରାମ କୃଷ୍ଣ ସଙ୍ଘ ପକ୍ଷରୁ ଏହି 28 ସମ୍ମିଳନୀର ଆୟୋଜନ ହୋଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.