ETV Bharat / state

ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗର ଗାଁ ଉଚ୍ଛେଦ, ଗ୍ରାମବାସୀଙ୍କ ବିରୋଧ

author img

By

Published : Nov 11, 2022, 11:28 AM IST

Updated : Nov 11, 2022, 2:54 PM IST

ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ
ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ

ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ କରିବାରେ ଲାଗି ପଡିଛି ବନ ବିଭାଗ । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ ଓ ଅସନ୍ତୋଷ । ଅଧିକ ପଢନ୍ତୁ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏବେ ଗୋଟିଏ ପରେ ଗୋଟିଏ ଗାଁ ଉଚ୍ଛେଦ କରିବାରେ ଲାଗି ପଡିଛି ବନ ବିଭାଗ । ଏହାର ସୁଯୋଗ ନେଇ କିଛି ନ୍ୟସ୍ତ ସ୍ବାର୍ଥ ଲୋକ ନିଜେ ଗାଁ ଛାଡିବାକୁ ଲେଖି ନକଲି ଦସ୍ତଖତ ଥିବା ଆବେଦନ ପତ୍ର ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରୁଛନ୍ତି । ଏହାକୁ ନେଇ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଅନେକ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଓ ଅସନ୍ତୋଷ ଦେଖିବାକୁ ମିଳିଛି । ଖୋଦ ବନ ବିଭାଗ ମଧ୍ୟ ଏହାକୁ ନେଇ ଅଡ଼ୁଆରେ ପଡୁଛି । ତେବେ ପୁରୁଣାକୋଟ ବନାଞ୍ଚଳର ଛୋଟକେଇ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା ।

ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁରୁଣାକୋଟ ବନାଞ୍ଚଳର ଛୋଟକେଇ ଗାଁ । ଏହି ଗାଁରେ ପ୍ରାୟ ୨୫୦ରୁ ଅଧିକ ପରିବାର ବସବାସ କରନ୍ତି । ଦୁର୍ଗମ ଅଞ୍ଚଳରେ ଗାଁଟି ଥିଲେ ସୁଧା ଲୋକେ ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଅବଶ୍ୟ ଅନେକ ସମୟରେ ହାତୀ ସମେତ ଅନ୍ୟ ଜଙ୍ଗଲ ଜନ୍ତୁ ଏମାନଙ୍କ ଚାଷର ବୈରୀ ସାଜୁଥିଲେ ବି ନିଜ ଭିଟାମାଟିକୁ ନେଇ ଲୋକେ ବେଶ ଭଲରେ ଅଛନ୍ତି । ଏବେ ଏମାନଙ୍କୁ ଘାରିଛି ବିସ୍ଥାନପନର ଭୟ । କାରଣ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୋଡା ଓ କଟରଙ୍ଗ ଗାଁ ଉଚ୍ଛେଦ ସରିଥିବା ବେଳେ ଆହୁରି ଗାଁ ଉଛେଦ କରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି । ଯାହାକୁ ନେଇ ଚାଲିଛି ଛକପଞ୍ଝା । ଏହାରି ଭିତରେ ଉଚ୍ଛେଦକୁ ସମର୍ଥନ କରି କିଛି ଖଳ ପ୍ରକୃତିର ଲୋକେ ମିଛରେ ଆବେଦନ କରିବାକୁ ନେଇ ଗାଁରେ ଦେଖା ଦେଇଛି ଅସନ୍ତୋଷ ।

ତେବେ ଏଭଳି ସ୍ଥିତିରେ ଗାଁ ଲୋକେ ଗାଁ ଉଚ୍ଛେଦ କରିବାକୁ କାହିଁକି ବନବିଭାଗ ବ୍ୟଗ୍ର ହେଉଛି ଓ ନିଜର ପାରିବା ପଣିଆ ଦେଖାଇବାକୁ କିଛି ଦଲାଲଙ୍କ ସହ ମିଶି ମସୁଧା କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ବିସ୍ଥାପନ ପରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ରାଇଗୋଡା ଏବଂ କଟରଙ୍ଗ ଗାଁର ଲୋକେ କେତେ ଅସୁବିଧାରେ ଅଛନ୍ତି ତାହା ସେମାନେ ଜାଣିଛନ୍ତି । ତେଣୁ ସେମାନେ ନିଜ ଭିଟା ମାଟି ଛାଡି କୁଆଡେ ଯିବେ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି । ଅନ୍ୟ ପକ୍ଷରେ ସାତକୋଶିଆ ଡିଏଫଓ କହିଛନ୍ତି ଗାଁ ଉଚ୍ଛେଦ ପାଇଁ ଆମେ କାହାକୁ ବାଧ୍ୟ କରୁନାହୁଁ। ଆମ ପାଖକୁ ଲୋକଙ୍କ ଆବେଦନ ଆସିଲେ ତାହାର ଯାଞ୍ଚ କରୁଛୁ ।

ଆଇନ ଅନୁସାରେ ସାତକୋଶିଆ ବ୍ୟାଘ୍ର ପକଳ୍ପରୁ ସ୍ବେଚ୍ଛାକୃତ ସ୍ଥାନାନ୍ତର ହେବା କଥା । ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୌଣସି ପରିସ୍ଥିତିରେ ମଧ୍ୟ ବାଧ୍ୟ କରା ଯାଇ ପାରିବ ନାହିଁ । କିନ୍ତୁ ସାତକୋଶିଆରେ ଏହାର ବିପରୀତ ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।

ଇଟିଭି ଭାରତ, ଅନୁଗୋଳ

Last Updated :Nov 11, 2022, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.