ETV Bharat / state

ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମୃତକଙ୍କ ପରିଚୟ

author img

By

Published : Mar 3, 2021, 9:39 PM IST

ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମୃତକଙ୍କ ପରିଚୟ
ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମୃତକଙ୍କ ପରିଚୟ

ଆମ୍ବ ତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

ଅନୁଗୋଳ: ଆମ୍ବ ତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ମିଳିଲା ମୃତକଙ୍କ ପରିଚୟ । ମୃତ ବ୍ୟକ୍ତି ଆଠମଲ୍ଲିକ ଥାନା ଆଡିକତା ଗାଁର ସୁଶାନ୍ତ ରାଉଳ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।

ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମୃତକଙ୍କ ପରିଚୟ

ସୁଶାନ୍ତ ନାଲକୋ ଶ୍ରମିକ ହାଟିଙ୍ଗରେ ଏକ ତେଜରାତି ଦୋକାନ କରି ପେଟ ପୋଷୁଥିଲେ । ଗତ 19 ଠାରୁ ସେ ନିଖୋଜ ଥିଲେ । ମଙ୍ଗଳବାର ନାଲକୋ ଥାନା ଅନ୍ତର୍ଗତ ଗୋପୀନାଥପୁର ଆମ୍ବତୋଟାରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । କିଛି ଦୁର୍ବୃତ୍ତ ସୁଶାନ୍ତଙ୍କୁ ଟଙ୍କା ମାଗିଥିଲେ । ସେ ନ ଦେବାରୁ ତାଙ୍କୁ ହତ୍ୟା କରି ପରେ ଆମ୍ବ ତୋଟାରେ ପକାଇ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

ତାଙ୍କ ପରିବାର ଲୋକେ ଏନେଇ ନାଲକୋ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.