ETV Bharat / state

ଦୁର୍ଦ୍ଦିନରେ ପାଲା ଗାୟକ, ଦୁଃଖ ଶୁଣିବାକୁ ଦେଲେ ଦାବିପତ୍ର

author img

By

Published : Jul 28, 2021, 7:20 AM IST

ଦୁର୍ଦ୍ଦିନରେ ପାଲା ଗାୟକ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସହାୟତା ନେଇ ସରକାରଙ୍କୁ କଲେ ନିବେଦନ
ଦୁର୍ଦ୍ଦିନରେ ପାଲା ଗାୟକ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସହାୟତା ନେଇ ସରକାରଙ୍କୁ କଲେ ନିବେଦନ

ସଂସ୍କୃତି ବଞ୍ଚାଇ ରଖିବାକୁ ଯାଇ ଉପାସରେ ପାଲା କଳାକାର । କୋଭିଡ କଟକଣା ପାଇଁ ପେଟରେ ପଡ଼ିଲାଣି ତାଲା । କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ ଜିଲ୍ଲାର ଅନେକ ପାଲା ଗାୟକ । ଅଧିକ ପଢନ୍ତୁ...

ଅନୁଗୋଳ: କୋରୋନା ମହାମାରୀ ସମୟରେ ବିଭିନ୍ନ କଟକଣା ଯୋଗୁ ପ୍ରାୟ ଦେଢ଼ ବର୍ଷ ହେଲା ପାଲା କଳାକାର ମାନେ ହାତ ବାନ୍ଧି ଘରେ ବସି ରହିଛନ୍ତି । କୌଣସି ରୋଜଗାର ନ ଥିବାରୁ ନାନାଦି ସମସ୍ୟାର ସମ୍ମୁଖିନ ହେଉଥିବା ନଜରକୁ ଆସିଛି । ସରକାର ମଧ୍ୟ କଳାକାର ମାନଙ୍କ ଦୁଃଖ ବୁଝୁ ନାହାନ୍ତି । କୋରୋନା ପାଇଁ ସଂସ୍କୃତି ବଞ୍ଚାଇ ରଖିଥିବା କଳାକାର ଆଜି ଉପାସରେ । ଆଉ ସେପଟେ କୋଭିଡ କଟକଣା ପାଇଁ ପେଟରେ ପଡ଼ିଲାଣି ତାଲା । କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ ପାଲା ଗାୟକ ।

ଦୁର୍ଦ୍ଦିନରେ ପାଲା ଗାୟକ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସହାୟତା ନେଇ ସରକାରଙ୍କୁ କଲେ ନିବେଦନ

ଜିଲ୍ଲାରେ ପ୍ରାୟ ୫ଶହରୁ ଅଧିକ ପାଲା କଳାକାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ ପାଲା କଳାକାର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ସେମାନଙ୍କୁ ମାସିକ ପେନସନ ସୁବିଧା, ସେମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ଏବଂ ବିଭିନ୍ନ ସରକାରୀ ସଚେତନତା ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା ।

ଏନେଇ ପାଲା ଗାୟକ ମାନେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ତୁରନ୍ତ ସରକାର ସେମାନଙ୍କ ଦାବି ଶୁଣିବାକୁ ସେମାନେ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.