ETV Bharat / state

ରାଷ୍ଟ୍ରୀୟ ନବବର୍ଷ ସମିତି ପକ୍ଷରୁ ପଖାଳ ଦିବସ ପାଳିତ

author img

By

Published : Mar 20, 2023, 7:10 PM IST

Updated : Mar 20, 2023, 8:47 PM IST

ଅନୁଗୋଳର ରାଷ୍ଟ୍ରୀୟ ନବବର୍ଷ ସମିତି ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

pakhala divas celebrates in angul
ଅନୁଗୋଳରେ ପଖାଳ ଦିବସ ପାଳିତ

ରାଷ୍ଟ୍ରୀୟ ନବବର୍ଷ ସମିତି ପକ୍ଷରୁ ପଖାଳ ଦିବସ ପାଳିତ

ଅନୁଗୋଳ: ଓଡ଼ିଆ ଜାତିର ପରିଚୟ ହେଉଛି ପଖାଳ । ଧନୀ ହେଉକି ଗରିବ, ପ୍ରତି ଓଡ଼ିଆଙ୍କ ପଖାଳ ହେଉଛି ପ୍ରଥମ ପସନ୍ଦ । ଏହି ଖାଦ୍ୟ ଓଡ଼ିଆ ମାଟିର ସଂସ୍କୃତି, ପରମ୍ପରା, ସମାଜ ସହ ଆଙ୍ଗାଙ୍ଗି ଭାବେ ଜଡ଼ିତ । ଏହି ପାରମ୍ପରିକ ଖାଦ୍ୟର ପ୍ରସାଚପ୍ରସାର ନିମନ୍ତେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ ହୋଇଥାଏ ପଖାଳ ଦିବସ । ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତି ଓଡ଼ିଆ ପଖାଳ ଖାଇଥାନ୍ତି । ଏହି ଅବସରରେ ରାଜ୍ୟର ପ୍ରତି ଜିଲ୍ଲାରେ ପଖାଳ ଦିବସକୁ ପାଳନ କରାଯାଉଛି । ଗାଁଠୁ ସହର ସବୁଠି ପଖାଳର ଆୟୋଜନ କରାଯାଇଛି । ସେ ରାସ୍ତାକଡ଼ ହୋଟେଲ ହେଉକି ପଞ୍ଚ ତାରକା ହୋଟେଲ, ସବୁଠି ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି । ଏହି କ୍ରମରେ ଅନୁଗୋଳର ରାଷ୍ଟ୍ରୀୟ ନବ ବର୍ଷ ସମିତି ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହୋଇଛି ।

ଏହା ବି ପଢ଼ନ୍ତୁ ସରିଲା ମାଟ୍ରିକ ପରୀକ୍ଷା, ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଲେ ଛାତ୍ରଛାତ୍ରୀ

ଅନୁଗୋଳ ବେଦ ଭବନରେ ରାଷ୍ଟ୍ରୀୟ ନବ ବର୍ଷ ସମିତି ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବେଦ ଭବନରେ ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରା ଯାଇଥିଲା । ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟ୍‌ରେ ସ୍ୱତନ୍ତ୍ର ଭାବେ ପରସା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ । ଯେମିତିକି ବଢିଚୁରା, ଆଳୁ ଭର୍ତା, ଶାଗଭଜା, କଲରା ଚିପ୍ସ, ବିଲାତି ଚଟଣୀ, ଆମ୍ବ ଛେଚା ଭଳି ଅନେକ ସୁସ୍ବାଦୁ ଖାଦ୍ୟ ପରସା ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଚାଇନାରେ ଓଡ଼ିଶାର ପଖାଳ କଂସାର ମହକ, ପରିବାର ସହ ମିଶି ଖାଇଲେ ଓଡିଆ

ବିଭିନ୍ନ ବର୍ଗର ଶତାଧିକ ଲୋକ ଆସି ପଖାଳ ସେବନ କରିଛନ୍ତି । ପୌରାଣିକ ଦୃଷ୍ଟିକୋଣରୁ ପଖାଳ ସହ ମହାପ୍ରଭୁ ଜଗନ୍ନାଥଙ୍କ ମହା ପ୍ରସାଦର ସମ୍ପର୍କ ନିବିଡ଼ ରହିଛି । ଅନ୍ୟପକ୍ଷରେ ପଖାଳ ଏକ ପୃଷ୍ଟିକର ଖାଦ୍ୟ ବୋଲି ବିଶ୍ୱର ବଡ଼ବଡ଼ ବୈଜ୍ଞାନିକ ଗବେଷଣା କରି ଜାଣି ପାରିଛନ୍ତି । ଓଡ଼ିଶା ଗଠନ ହେବାଠୁ ପଖାଳ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ଭାବେ ରହି ଆସିଛି । ତେଣୁ ଆଜିର ଦିନକୁ ବିଶ୍ୱରେ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Mar 20, 2023, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.