ଚାଇନାରେ ଓଡ଼ିଶାର ପଖାଳ କଂସାର ମହକ, ପରିବାର ସହ ମିଶି ଖାଇଲେ ଓଡିଆ

By

Published : Mar 20, 2023, 1:34 PM IST

thumbnail

ଭୁବନେଶ୍ବର: ଚାଇନାରେ ଓଡ଼ିଶାର ପଖାଳ କଂସା । ବିଦେଶରେ ପାଳନ ହୋଇଛି ପଖାଳ ଦିବସ । ପଖାଳ ସାଙ୍ଗକୁ ବଡିଚୁରା, ମାଛଭଜା, ଆଳୁ ଭର୍ତ୍ତା ପ୍ରସ୍ତୁତ ହୋଇଛି । ଚାଇନାର ବେଜିଂ ସହରରେ ଦସ୍ତନ ଇଣ୍ଡିଆନ୍ କ୍ୟୁଜେନ୍ ରେଷ୍ଟୁରାଣ୍ଟ ପକ୍ଷରୁ ଏଭଳି ଆୟୋଜନ କରିଛନ୍ତି ଓଡ଼ିଆ ସେଫ୍ । ଏହାସହ ଦହି ପଖାଳ ସହ ବଢା ହୋଇଛି ଭଳିକି ଭଳି ବ୍ୟଞ୍ଜନ । କଂସା ଥାଳିରେ ଦହି ପଖାଳ, ମିଠା ପଖାଳ ଏବଂ ବାସି ପଖାଳର ମହକ । ଟେବୁଲରେ ବସି ଓଡ଼ିଆ, ଭାରତୀୟ ଏବଂ ଚାଇନାର ଲୋକେ ପଖାଳର ମଜା ନେଇଛନ୍ତି । ଏସବୁ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ସେଫ୍ ଶ୍ରୀମନ୍ତ ଗିରି । ସକାଳୁ ସକାଳୁ ଓଡ଼ିଆ ସେଫ୍ ଶ୍ରୀମନ୍ତ ଗିରିଙ୍କ ସହ କିଛି ଓଡ଼ିଆ ଏବଂ ଚାଇନିଜ୍ ସେଫ୍ ମିଶି ଓଡ଼ିଶାର ପାରମ୍ପରିକ ପଖାଳ ପ୍ରସ୍ତୁତ କରିଛନ୍ତି । ତେବେ ପଖାଳ ଓଡ଼ିଶାର ପାରମ୍ପରିକ ଖାଦ୍ୟ ହୋଇଥିଲେ ମଧ୍ୟ ଚାଇନାରେ ତାର କ୍ରେଜ୍ ଥିବା ଶ୍ରୀମନ୍ତ କହିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.