ସରିଲା ମାଟ୍ରିକ ପରୀକ୍ଷା, ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଲେ ଛାତ୍ରଛାତ୍ରୀ

By

Published : Mar 20, 2023, 5:40 PM IST

thumbnail

ଢେଙ୍କାନାଳ: ସରିଲା ମାଟ୍ରିକ ପରୀକ୍ଷା । ପିଲାଙ୍କ ମୁଣ୍ଡରୁ ଟେନସନ ବି ହଟିଲା  । ଗତ ୧୦ ତାରିଖରୁ ମାଟ୍ରିକ ସମ୍ମେଟିଭ-୨ ଆରମ୍ଭ ହୋଇଥିବା ବେଳେ ଆଜି (ସୋମବାର) ଶେଷ ହୋଇଛି  । ପରୀକ୍ଷା ସରିବା ପରେ ଉତ୍ସବମୁଖର ହୋଇଉଠିଛନ୍ତି ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷାର ଦୁଇ ଦିନ ପୂର୍ବରୁ ହୋଲି ପର୍ବ ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ପାଳନ କରିପାରିନଥିଲେ  । ତେଣୁ ପରୀକ୍ଷା ଶେଷ ହେବା ଅବସରରେ ଛାତ୍ରଛାତ୍ରୀମାନେ ହୋଲି ଖେଳିଛନ୍ତି  । ଅବିର ରଙ୍ଗରେ ସ୍କୁଲ ପରିସର ମଧ୍ୟ ରଙ୍ଗୀନ ହୋଇଯାଇଥିଲା  । ପରସ୍ପରକୁ ରଙ୍ଗ ବୋଳିବା ସହ ଖୁସିରେ ନାଚୁଛନ୍ତି । ପରୀକ୍ଷା ସରିବା ସହ ଆଜି ସେମାନଙ୍କ ସ୍କୁଲରେ ଶେଷ ଦିନ  । ତେଣୁ ଅନ୍ତିମ ଦିନରେ ସାଙ୍ଗମାନଙ୍କ ସହ ସ୍ମୃତି ସାଉଁଟୁଛନ୍ତି ଛାତ୍ରଛାତ୍ରୀ । ସାର୍ଟରେ ନାମଲେଖି, ସେଲ୍ଫି ନେବା ସହ ପରସ୍ପରକୁ ଆଲିଙ୍ଗନ କରି ନିଜ ବନ୍ଧୁମାନଙ୍କୁ ବିଦାୟ ଦେଉଛନ୍ତି । 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.