ETV Bharat / state

ମହିଳାଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା, ପାଳି କରି ଜଗୁଛନ୍ତି ୧୪ SHG ଗ୍ରୁପ

author img

By

Published : Oct 6, 2021, 12:12 PM IST

ମହିଳାଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା, ପାଳି କରି ଜାଗୁଛନ୍ତି ଜଙ୍ଗଲ
ମହିଳାଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା, ପାଳି କରି ଜାଗୁଛନ୍ତି ଜଙ୍ଗଲ

ହାତରେ ଠେଙ୍ଗା ଆଉ ମୁହଁରେ ଜଙ୍ଗଲ ସୁରକ୍ଷାର ସ୍ଲୋଗାନ।‘ ଆମ ଜଙ୍ଗଲ ଆମର। ଆମେ ଏହାକୁ ଜଗିବୁ, ସୁରକ୍ଷା ଦେବୁ। ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁମାନଙ୍କୁ ମଧ୍ୟ ସୁରକ୍ଷା ଦେବୁ। ଯେତେ କଷ୍ଟ ହେଉ ପଛେ ଆମେ ଜଙ୍ଗଲ ସୁରକ୍ଷାରୁ ଓହରିବୁ ନାହିଁ’। ଏମିତି ଶପଥ ନେଇଛନ୍ତି ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ନୁଖୁରିପଦା ଗାଁର ମହିଳାମାନେ । ଅଧିକ ପଢନ୍ତୁ...

ଅନୁଗୋଳ: ହାତରେ ଠେଙ୍ଗା ଆଉ ମୁହଁରେ ଜଙ୍ଗଲ ସୁରକ୍ଷାର ସ୍ଲୋଗାନ। ଆମ ଜଙ୍ଗଲ ଆମର। ଆମେ ଏହାକୁ ଜଗିବୁ, ସୁରକ୍ଷା ଦେବୁ। ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁମାନଙ୍କୁ ମଧ୍ୟ ସୁରକ୍ଷା ଦେବୁ। ଯେତେ କଷ୍ଟ ହେଉ ପଛେ ଆମେ ଜଙ୍ଗଲ ସୁରକ୍ଷାରୁ ଓହରିବୁ ନାହିଁ’। ଏମିତି ଶପଥ ନେଇଛନ୍ତି ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ନୁଖୁରିପଦା ଗାଁର ମହିଳାମାନେ । ବନ ବିଭାଗର ସହଯୋଗରେ ଗ୍ରାମବାସୀଙ୍କ ଉଦ୍ୟମରେ ଗାଁରେ ଅକାମୀ ହୋଇ ରହିଥିବା ବନ ସୁରକ୍ଷା ସମିତିକୁ ପୁନଃ କାର୍ଯ୍ୟକ୍ଷମ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗାଁ ମହିଳାମାନେ। ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଏବେ ଘରୁ ବାହାରିଛନ୍ତି ଗାଁର ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ।

ମହିଳାଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା, ପାଳି କରି ଜାଗୁଛନ୍ତି ଜଙ୍ଗଲ

ନିଜ ଗାଁ ଜଙ୍ଗଲକୁ ନିଜ କବଜାକୁ ଆଣି ସୁରକ୍ଷା ଦେବାକୁ ସ୍ଥିର କରିଛନ୍ତି। ଆଉ ଏହି ସୁରକ୍ଷା ଦାୟିତ୍ଵ ନେବାକୁ ଆଗଭର ହୋଇଛନ୍ତି ମହିଳାମାନେ। ଗାଁର ସବୁ ମହିଳା ଏକାଠି ହୋଇ ୨୦୦୮ରୁ କରାଯାଇଥିବା ବନ ସୁରକ୍ଷା ସମିତି ତୁରନ୍ତ କାର୍ଯ୍ୟକାରୀ କରିବା ସହ ଗାଁ ଜଙ୍ଗଲକୁ ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କଲେ ସେମାନେ ତାକୁ ସୁରକ୍ଷା ଦେବେ ବୋଲି କହିଛନ୍ତି। ମହିଳାମାନଙ୍କ ଜଙ୍ଗଲ ସୁରକ୍ଷା ପ୍ରତି ଥିବା ଆଗ୍ରହ ଜାଣିବା ପରେ ଏଥିପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ଜଙ୍ଗଲ ବିଭାଗର ଅଧିକାରୀ । ପ୍ରତିଶୃତି ପାଇବା ପରେ ପାଳି କରି ଦୈନିକ ୭/୮ଜଣ ମହିଳା ଜଙ୍ଗଲ ଜଗି ଆସୁଛନ୍ତି।

ପ୍ରତ୍ୟେକ ମହିଳାମାନେ ଠେଙ୍ଗାବାଡି ଧରି ସକାଳୁ ସକାଳୁ ବାହାରି ପଡନ୍ତି ଜଙ୍ଗଲକୁ। ଦିନ ତମାମ ଜଗରଖା କରନ୍ତି। ସତେ ଯେମିତି ଏହି ମହିଳାମାନଙ୍କ ପାଇଁ ଜଙ୍ଗଲ ପାଲଟି ଯାଇଛି ସାଥି । ତେବେ ନୁଖୁରିପଦା ଗାଁର ମହିଳାମାନଙ୍କ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ପ୍ରତି ଭଲପାଇବା ଅନ୍ୟମାନଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.