ETV Bharat / state

ରିଟର୍ଣ୍ଣିଂ ଗିଫ୍ଟରେ ଗଛ ଉପହାର ଦେଲେ ନବ ଦମ୍ପତି

author img

By

Published : Mar 6, 2021, 9:38 PM IST

Updated : Mar 6, 2021, 10:12 PM IST

ବିବାହ ଭୋଜିରେ ରିଟର୍ଣ୍ଣିଂ ଗିପ୍ଟ ଭାବେ ଗଛ ଉପହାର ଦେଲେ ନବ ଦମ୍ପତି
ବିବାହ ଭୋଜିରେ ରିଟର୍ଣ୍ଣିଂ ଗିପ୍ଟ ଭାବେ ଗଛ ଉପହାର ଦେଲେ ନବ ଦମ୍ପତି

ଇଞ୍ଜିନିଅର ଛାତ୍ରଙ୍କ ପରିବେଶ ଚିନ୍ତା । ଲୋକଙ୍କୁ ବିଭିନ୍ନ ଚିତ୍ର ମାଧ୍ୟମରେ ସଚେତନ କରାଉଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ ନିଜ ବିବାହ ଉତ୍ସବରେ ଆସିଥିବା ସମସ୍ତ ଅତିଥିଙ୍କୁ ଗୋଟିଏ ଲେଖାଏଁ ଗଛ ଉପହାର ସଦୃଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବିଲେଇନାଳି ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବିଶ୍ଵମିଲନ ପ୍ରଧାନ ହେଉଛନ୍ତି ଏଭଳି ହେଉଛନ୍ତି ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ । ଅଧିକ ପଢନ୍ତୁ...

ଅନୁଗୋଳ : ଇଞ୍ଜିନିଅର ଛାତ୍ରଙ୍କ ପରିବେଶ ଚିନ୍ତା । ଲୋକଙ୍କୁ ବିଭିନ୍ନ ଚିତ୍ର ମାଧ୍ୟମରେ ସଚେତନ କରାଉଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ ନିଜ ବିବାହ ଉତ୍ସବରେ ଆସିଥିବା ସମସ୍ତ ଅତିଥିଙ୍କୁ ଗୋଟିଏ ଲେଖାଏଁ ଗଛ ଉପହାର ସଦୃଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବିଲେଇନାଳି ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବିଶ୍ଵମିଲନ ପ୍ରଧାନ ହେଉଛନ୍ତି ଏଭଳି ହେଉଛନ୍ତି ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ।

ବିବାହ ଭୋଜିରେ ରିଟର୍ଣ୍ଣିଂ ଗିପ୍ଟ ଭାବେ ଗଛ ଉପହାର ଦେଲେ ନବ ଦମ୍ପତି

ବିଶ୍ଵ ମିଳନ ପ୍ରଧାନଙ୍କ ବୟସ ୩୦ ବର୍ଷ । ସେ ଭୁବନେଶ୍ଵରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ସରକାରୀ ବା ବେସରକାରୀ ଚାକିରି ପଛରେ ନ ଗୋଡାଇ ଚାଷ କାମରେ ମନ ଲଗାଇଲେ । ପରିବେଶକୁ ସବୁଜିମା କରିବା ତାଙ୍କର ଲକ୍ଷ୍ୟ ଥିଲା । ସବୁବେଳେ କୌଣସି ନା କୌଣସି ସ୍ଥାନରେ ଗଛ ଲଗାଇବା, ଅନ୍ୟ ମାନଙ୍କୁ ଗଛ ଲଗାଇବାକୁ ବୁଝାଇବା ତାଙ୍କର ଅଭ୍ୟାସ । ଗତ କିଛିଦିନ ପୂର୍ବେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବହୁ ସଂଖ୍ୟାରେ ଭାଇ ବନ୍ଧୁ ଓ ସମ୍ପର୍କୀୟ ଯୋଗ ଦେଇଥିଲେ । ବିଶ୍ଵାମିଲନ ସମସ୍ତଙ୍କୁ ବିଭିନ୍ନ ପ୍ରଜାତିର ଗୋଟିଏ ଲେଖାଏଁ ଗଛ ପ୍ରଦାନ କରିଥିଲେ । ସେହି ଚାରା ଗୁଡିକ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାକୁ ତାଙ୍କୁ ଦୀର୍ଘ ସମୟ ଓ ବହୁ ପରିଶ୍ରମ କରିବାକୁ ପଡିଥିଲା । ସମସ୍ତ ଅତିଥି ମାନଙ୍କୁ ବିଭିନ୍ନ ପ୍ରକାରର ଗଛ ବଣ୍ଟନ କରିବା ସହ ନିଶ୍ଚିତ ଭାବେ ନିଜ ନିଜ ବାଡ଼ି ବଗିଚାରେ ଲଗାଇବାକୁ ଅନୁରୋଧ କରିଥିଲେ । ସେ ଏଭଳି ଅଭିନବ ଢଙ୍ଗରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

କେବଳ ଅତିଥି ମାନଙ୍କୁ ଗଛ ବଣ୍ଟନରେ ସୀମିତ ନଥିଲା ବିଶ୍ଵମିଲନଙ୍କ ପ୍ରୟାସ । ତାଙ୍କ ବିବାହ ଉତ୍ସବକୁ ଆସିଥିବା ଅତିଥି ଓ ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଆହୁରି ଆଗ୍ରହ ସୃଷ୍ଟି କରାଇବା ଲକ୍ଷରେ ବିବାହ ମଣ୍ଡପର ଚାରି ପାଖରେ ହୃଦୟକୁ ଛୂଇଁଲା ପରି ଗଛ, ମଣିଷର ସମ୍ପର୍କିତ ବିଭିନ୍ନ ଚିତ୍ର ଓ ଦୃଶ୍ୟ ଲଗାଇଥିଲେ । ବିଶ୍ଵମିଲନଙ୍କ ପରିବେଶ ସୁରକ୍ଷା ପାଇଁ ଥିବା ନିଷ୍ଠା, ଆଗ୍ରହ ଏବଂ ବାସ୍ତବ ପଦକ୍ଷେପକୁ ସମସ୍ତେ ଯେତିକି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ସେତିକି ପ୍ରଭାବିତ ମଧ୍ୟ ହୋଇଥିଲେ । ତାଙ୍କର ଏଭଳି ପ୍ରୟାସକୁ ପରିବେଶ ପ୍ରେମୀ ମାନେ ସ୍ୱାଗତ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Mar 6, 2021, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.